ARTICLE AD BOX
ନେପାଳ: ନେପାଳର ଭୋଟକୋଶୀ ଏବଂ ତ୍ରିଶୂଳୀ ନଦୀ ଉପତ୍ୟକାରେ ଚଳିତ ସପ୍ତାହ ଆରମ୍ଭରୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ବେଳେ ପ୍ରାୟ ୧,୪୦୦ ଲୋକ ଏବେ ବି ନିଖୋଜ ଅଛନ୍ତି। ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ନେପାଳ ବନ୍ୟାର ଦୁଃଖ ମଧ୍ୟପ୍ରଦେଶର ଭୋପାଳରେ ପହଞ୍ଚିଯାଇଛି। କୋଲାର ଅଞ୍ଚଳର ବାସିନ୍ଦା ଦେବକୀ ଅଧିକାରୀଙ୍କ ସମ୍ପୂର୍ଣ୍ଣ ପରିବାର ନେପାଳ ବନ୍ୟାରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ନିଖୋଜ ଲୋକଙ୍କ ମଧ୍ୟରେ କେବଳ ଗୋଟିଏ କିମ୍ବା ଦୁଇ କିମ୍ବା ତିନିଜଣ ନୁହଁନ୍ତି, ବରଂ ପରିବାରର ୨୯ଜଣ ସଦସ୍ୟ ଅଛନ୍ତି। ଅଗଷ୍ଟ ୨୬ ପରଠାରୁ ସେମାାନଙ୍କ ସହ ଯୋଗାଯୋଗ କରାଯାଇ ପାରୁ ନାହିଁ।
ଗୋଟିଏ ପରିବାରର ୨୯ଜଣ ସଦସ୍ୟ ନିଖୋଜ
ଅନ୍ୟପକ୍ଷରେ, ଗୁରୁବାର ରାତି ସୁଦ୍ଧା ୨୯୦ ଜଣ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ତ୍ରିଶୂଳୀ-୧ ପ୍ରକଳ୍ପର ୬୩ ଜଣ ଶ୍ରମିକ ଏବଂ ତାମିଲନାଡୁର ୨୧ ଜଣଙ୍କୁ ମିଶାଇ ମୋଟ ୮୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।କୋଲାର ଅଞ୍ଚଳର ବାସିନ୍ଦା ଦେବକୀ ଅଧିକାରୀ କହିଛନ୍ତି ଯେ ତାଙ୍କ ପରିବାରର ୨୯ ଜଣ ସଦସ୍ୟ ନେପାଳର ରସୁୱା ଜିଲ୍ଲାର ଗୋସାଇଁକୁଣ୍ଡକୁ ତୀର୍ଥଯାତ୍ରାରେ ଯାଇଥିଲେ। ସେଠାରେ ଥିବା ସମୟରେ, ସେମାନେ ନେପାଳର ବନ୍ୟାରେ ଫସି ଯାଇଥିବା ସୂଚନା ଦେଇଥିଲେ। । ଶେଷ ଥର ପାଇଁ ଅଗଷ୍ଟ ୨୬ ବୁଧବାର ସକାଳ ପ୍ରାୟ ୯:୩୦ ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ତା’ପର ଠାରୁ ପରିବାରର କୌଣସି ସଦସ୍ୟଙ୍କ ସହ ଯୋଗାଯୋଗ ହୋଇପାରୁ ନାହିଁ।’
ନେପାଳରେ ବନ୍ୟା ଓ ଭୂସ୍ଖଳନ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪୬୯କୁ ବୃଦ୍ଧି, ୧,୪୦୦ ନିଖୋଜ

1 hour ago
1


