Mahanadi River: ମହାନଦୀରେ ଜୀବନ ହାରିବାକୁ ଯାଇ ବଞ୍ଚିଗଲେ ଦୁଇ ନାବାଳିକା ସହପାଠୀ

5 days ago 3
ARTICLE AD BOX

ବିନିକା: ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରୀ ସମାନ କଲେଜରେ ପଢୁଥିଲେ। ପାଗଳ ଭଳି ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। କେହି କାହାରିକୁ ଘଡିଏ ପାଇଁ ମଧ୍ୟ ପାଖରୁ ଛାଡୁନଥିଲେ। କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ଥିଲା ସମଲିଙ୍ଗୀ ସମ୍ପର୍କ। ଜଣେ ଛାତ୍ରୀଙ୍କ ଘର ବୌଦ୍ଧ ଜିଲ୍ଲାରେ ଓ ଆଉ ଅନ୍ୟ ଜଣଙ୍କ ଘର ସୁବର୍ଣ୍ଣପୁରଜିଲ୍ଲା ବିନିକାରେ। ରାତିରେ ଦୁହେଁ ବୀରମହାରାଜରେ ରହିଥିଲେ । ଆଜି ସକାଳେ ଦୁହେଁ ବିନିକାର ଝିଅଙ୍କ ଘରକୁ ଆସିଥିଲେ ।

ନୌକା ଚଳାଉଥିବା ଲୋକେ କଲେ ଉଦ୍ଧାର

ଆଜି ସକାଳେ ଦୁହେଁ ଚାହା ପିଇବା ବେଳେ, ବୌଦ୍ଧର ଝିଅଙ୍କ ଦାଦା ତାଙ୍କୁ ଆଣିବା ପାଇଁ ଆସୁଥିବା କଥା ଫୋନ ଯୋଗେ ଜଣାଇଲେ । ଏ କଥା ଶୁଣି ଦୁଇ ନାବାଳିକା ରାଗି ଉତକ୍ଷିପ୍ତ ହୋଇଗଲେ । ସେ ଦୁହେଁ ମନେକଲେ ଦୁହିଁଙ୍କୁ ଏକାଠି ସମୟ ବିତାଇବାକୁ ଦେଉନାହାନ୍ତି ପରିବାର ଲୋକେ। ଏଣୁ ସେ ଦୁହେଁ ଜୀବନ ହାରିବା ଲକ୍ଷ୍ୟ ନେଇ ନିକଟରେ ଥିବା ମହାନଦୀକୁ ଡେଇଁ ପଡିଥିଲେ । ତେବେ ମହାନଦୀରେ ନୌକା ଚଳାଉଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ଖବର ପାଇ ପୁଲିସ ଉଭୟଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହା ପରେ ପରିବାର ଲୋକଙ୍କୁ ଦୁଇ ନାବାଳିକାଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଏଏସଆଇ ତ୍ରିନାଥ ସାହୁ ସୂଚନା ଦେଇଛନ୍ତ। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି ବୋଲି ସେ କହିଛନ୍ତି ।

Health: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତିର ତଦାରଖ ପାଇଁ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ନିୟୋଜିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.