Malaysia Airlines: ମାଲେସିଆ ଏୟାର୍‌ଲାଇନ୍ସ ବିମାନର ଚେନ୍ନାଇରେ ଜରୁରୀ ଅବତରଣ

1 hour ago 1
ARTICLE AD BOX

ଚେନ୍ନାଇ: କ୍ବାଲାଲମ୍ପପୁରରୁ ଜେଦା ଯାଉଥିବା ମାଲେସିଆ ଏୟାର୍‌ଲାଇନ୍ସର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ପରେ ଚେନ୍ନାଇରେ ଜରୁରୀ ଅବତରଣ କରିଛି। ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଯିବା ପରେ ଜରୁରୀ ଅବତରଣ କରାଯାଇଥିଲା। ବିମାନ ଅବତରଣ ପୂର୍ବରୁ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ମାଲେସିଆ ଏୟାର୍‌ଲାଇନ୍ସ ବିମାନ ଏମ୍‌ଏଚ୍‌୧୫୬ରେ ୧୮୬ ଯାତ୍ରୀ ଥିଲେ। ବିମାନଟି ଚେନ୍ନାଇ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି। ବିମାନର ଇଞ୍ଜିନ ନଂ ୨ରେ ତ୍ରୁଟି ଦେଖାଯାଇଥିଲା।

ଆହୁରି ପଢନ୍ତୁ :Bhoodan Land Fraud ଭୂଦାନ ଜମି ଜାଲିଆତିର ତଦନ୍ତ ହେବ, ବାସହୀନଙ୍କୁ ମିଳିବ ଜମି

ବିମାନକୁ ଏୟାର୍‌କ୍ରାଫ୍ଟ ଟୋ ଗାଡ଼ିରେ ପାର୍କିଂ ଅଞ୍ଚଳକୁ ଅଣାଯାଇଥିଲା। ଏୟାର୍‌ଲାଇନ୍ସ ଓ ବୈଷୟିକ ଟିମ୍‌ ଦ୍ବାରା ବିମାନର ଯାଞ୍ଚ କରାଯାଉଛି। ବିମାନ ସୁରକ୍ଷିତ ଭାବେ ଅବତରଣ କରିବା ପରେ ବିମାନବନ୍ଦର ପୂର୍ବ ପରି ପରିଚାଳିତ ହେଉଛି। ଏହି ସମୟରେ ତିରୁଚିରାପଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଚେନ୍ନାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.