Maldives Pakistan relations: ଭାରତର ସୁରକ୍ଷା ବିପନ୍ନ ହେଲେ ପରିଣାମ ଭୋଗିବ ମାଳଦ୍ୱୀପ

1 hour ago 2
ARTICLE AD BOX

ମାଲେ: ପାକିସ୍ତାନ ସହ ସାମରିକ ଓ ପ୍ରତିରକ୍ଷା ସମ୍ପର୍କ ବଢ଼ାଇବାକୁ ନେଇ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ଚେତାବନୀ ଦେଇଛନ୍ତି ଦେଶର ବିରୋଧୀ ନେତା ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶିଦ। ଯଦି ଭାରତ ଅନୁଭବ କରେ ଯେ ତା’ର ସୁରକ୍ଷା ବିପଦରେ, ତେବେ ମାଳଦ୍ୱୀପକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି। ଅକ୍ଟୋବର ୨୫ରେ ମାଳଦ୍ୱୀପର ଆଦ୍ଦୁ ସହରରେ ଏକ ସାମ୍ବାଦିକ ସମ୍ମିଳନୀରେ ନଶିଦ ଏହି ମନ୍ତବ୍ୟ ଦେଇଥିଲେ। ମୁଇଜ୍ଜୁଙ୍କ ପାକିସ୍ତାନ ଗସ୍ତକୁ ସେ ବିଚାରବିମର୍ଶ ବିନା ନିଆଯାଇଥିବା ଏକ ବିପଜ୍ଜନକ କୂଟନୈତିକ ପଦକ୍ଷେପ ବୋଲି କହି ସମାଲୋଚନା କରିଛନ୍ତି।

ମାଳଦ୍ୱୀପର ବିରୋଧୀ ମାଳଦ୍ୱୀପ ଡେମୋକ୍ରାଟିକ୍‌ ପାର୍ଟି (ଏମ୍‌ଡିପି)ର ଅଧ୍ୟକ୍ଷ ନଶିଦ କହିଛନ୍ତି, ଛୋଟ ଦେଶଗୁଡ଼ିକ ପାଇଁ ଆଞ୍ଚଳିକ ବିବାଦରେ ଜଡ଼ିତ ହେବା ବିପଜ୍ଜନକ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଭିତରକୁ ମାଳଦ୍ୱୀପକୁ ଟାଣିନେଇ ମୁଇଜ୍ଜୁ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Maldives and Myanmar: କେନ୍ଦ୍ରୀୟ ବଜେଟ୍: ବଂଲାଦେଶ-ମାଳଦ୍ୱୀପକୁ ବଡ଼ ଝଟ୍‌କା,ଶ୍ରୀଲଙ୍କା-ଆଫଗାନିସ୍ତାନ ପାଇଁ ଖୁସି ଖବର

ସୂଚନାଯୋଗ୍ୟ, ଅକ୍ଟୋବର ୨୦ରୁ ୨୨ ଯାଏଁ ମୁଇଜ୍ଜୁ ତିନିଦିନିଆ ପାକିସ୍ତାନ ଗସ୍ତ କରିଥିଲେ। ଦୀର୍ଘ ୧୧ ବର୍ଷ ପରେ ମାଳଦ୍ୱୀପର କୌଣସି ରାଷ୍ଟ୍ରପତି ପାକିସ୍ତାନ ଗସ୍ତ କରିଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଘଟଣା ଭାବେ ଦେଖାଯାଉଛି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ବାଣିଜ୍ୟ, ସାଇବର ସୁରକ୍ଷା, ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ତେଣେ ମାଳଦ୍ୱୀପ-ପାକିସ୍ତାନ ସମ୍ପର୍କ ଉପରେ ଭାରତ ମଧ୍ୟ ନଜରରେ ରଖିଛି। ୨୦୨୩ରେ ‘ଇଣ୍ଡିଆ ଆଉଟ୍‌’ ଅଭିଯାନକୁ ଆଧାର କରି କ୍ଷମତାକୁ ଆସିଥିବା ମୁଇଜ୍ଜୁ ପରବର୍ତ୍ତୀ ସମୟରେ ଭାରତ ସହ ସମ୍ପର୍କ ସୁଧାରିବାକୁ ଉଦ୍ୟମ କରିଥିଲେ। ଏବେ ପାକିସ୍ତାନ ସହ ନୂଆ ସମ୍ପର୍କ ଗଢ଼ିବାବେଳେ ଭାରତ ସହ ଦୀର୍ଘଦିନର ସହଯୋଗ ଓ ଆଞ୍ଚଳିକ ସ୍ଥିରତାକୁ କ୍ଷତି ନ ପହଞ୍ଚାଇବା ମାଳଦ୍ୱୀପ ସରକାରଙ୍କ ପାଇଁ ଏକ ବଡ଼ କୂଟନୈତିକ ଆହ୍ୱାନ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.