ARTICLE AD BOX
ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ (IIM) ଗୁଡ଼ିକରେ ନାମାଙ୍କନ ପାଇଁ କ୍ରମାଗତ ଭାବେ ଆବେଦନକାରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ସାଧାରଣ ପ୍ରବେଶିକା ପରୀକ୍ଷା ବା 'କ୍ୟାଟ୍' (CAT 2026) ପାଇଁ ଚଳିତ ବର୍ଷ ମାତ୍ର ୨.୮୪ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି, ଯାହା ଗତ ବର୍ଷ ଅପେକ୍ଷା କମ୍। ଗତ ବର୍ଷ ଅର୍ଥାତ୍ ୨୦୨୫ରେ ଏହି ସଂଖ୍ୟା ୨.୯୫ ଲକ୍ଷ ଥିଲା।
ବିଗତ ତିନି ବର୍ଷର ଆକଳନ କଲେ ୨୦୨୪ ମସିହାରେ ୩.୨୯ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବାବେଳେ ୨୦୨୫ରେ ୨.୯୫ ଲକ୍ଷ ପ୍ରାର୍ଥୀ, ୨୦୨୬ରେ ୨.୮୪ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି | ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆବେଦନରେ ପ୍ରାୟ ୩.୭ ପ୍ରତିଶତ ଏବଂ ୨୦୨୪ର ରେକର୍ଡ ସ୍ତର ତୁଳନାରେ ପ୍ରାୟ ୧୩.୭ ପ୍ରତିଶତ କମିଛି। ଦେଶର ୨୨ଟି ଆଇଆଇଏମ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ କ୍ୟାଟ୍ ପରୀକ୍ଷା କରାଯାଇଥାଏ। ଆସନ୍ତା ନଭେମ୍ବର ୨୯, ୨୦୨୬ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏହାର ପ୍ରବେଶପତ୍ର (Admit Card) ନଭେମ୍ବର ୪ ତାରିଖରେ ଜାରି ହେବାର ସମ୍ଭାବନା ରହିଛି।
ଆହୁରି ପଢନ୍ତୁ: Ram Sita: ୩୯ ବର୍ଷ ପରେ ପୁଣି ଏକାଠି ରାମ-ସୀତା, ନୂଆ ଫିଲ୍ମରେ ଆସିବେ ନଜର
ଏମ୍ବିଏ (MBA) ପ୍ରତି କ୍ରମାଗତ କମୁଥିବା ଆଗ୍ରହର କାରଣ
ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଏମ୍ବିଏ କରିବା ପୂର୍ବରୁ ଅନୁଷ୍ଠାନର ଫିସ୍, ପ୍ଲେସମେଣ୍ଟ ଏବଂ ଭବିଷ୍ୟତର ଆୟକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଅନେକ ବଡ଼ ବଡ଼ ବିଜନେସ୍ ସ୍କୁଲରେ ପାଠ୍ୟକ୍ରମର ମୋଟ ଫିସ୍ ବହୁତ ଅଧିକ ରହିଛି।
କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଦୁଇ ବର୍ଷର ଫୁଲ୍-ଟାଇମ୍ ଏମ୍ବିଏ କରିବା ପାଇଁ ଚାକିରି ଛାଡ଼ିବା କଷ୍ଟସାଧ୍ୟ ହେଉଛି। ତେଣୁ ସେମାନେ ଏକ୍ଜିକ୍ୟୁଟିଭ୍ ଏମ୍ବିଏ, ଅନଲାଇନ୍ କୋର୍ସ କିମ୍ବା ଅନ୍ୟାନ୍ୟ ସାର୍ଟିଫିକେଟ୍ କୋର୍ସ ଆଡ଼କୁ ଅଧିକ ଢ଼ଳୁଛନ୍ତି।

2 weeks ago
5


