Manish Garg: ଜ୍ଞାନେଶ କୁମାରଙ୍କ ପରେ ନୂଆ ବିବାଦ; ସିନିୟର ଡିଇସି ମନୀଷ ଗର୍ଗଙ୍କ ବିରୋଧରେ ଅଭିଯୋଗ

3 weeks ago 6
ARTICLE AD BOX

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ନିର୍ବାଚନ କମିସନଙ୍କ ଅନ୍ୟ ଜଣେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ବିବାଦ ତୀବ୍ର ହୋଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ମାସରେ ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ କ୍ୟାବିନେଟ ସଚିବ ଟି.ଭି. ସୋମନାଥନଙ୍କୁ ପୃଥକ ପୃଥକ ଚିଠି ଲେଖି ବରିଷ୍ଠ ଉପ ନିର୍ବାଚନ କମିସନର (ଡିଇସି) ମନୀଷ ଗର୍ଗଙ୍କ ଏକ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ।

ଏହି ସମ୍ପୂର୍ଣ୍ଣ ମାମଲା ନିର୍ବାଚନ କମିସନଙ୍କ ଆଇଟି ମୁଖ୍ୟ ସୀମା ଖାନ୍ନାଙ୍କ ଫାଇଲ ସମୀକ୍ଷା ସହ ଜଡ଼ିତ ରହିଛି । ମନୀଷ ଗର୍ଗ ଏକ ଆଦେଶ ଜାରି କରି ଡିଜି (ଆଇଟି)ଙ୍କ ଫାଇଲଗୁଡ଼ିକୁ ଉପ ନିର୍ବାଚନ କମିସନର ସଞ୍ଜୟ କୁମାରଙ୍କ ନିକଟକୁ ପଠାଯିବା ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ । ଦୁଇ ନିର୍ବାଚନ କମିସନର ଏ ବାବଦରେ ନିଜ ଚିଠିରେ ଲେଖିଥିଲେ ଯେ, ସଞ୍ଜୟ କୁମାର ଜଣେ ଅଭିଜ୍ଞ ଅଧିକାରୀ ଏବଂ ନିର୍ବାଚନ ପ୍ରକ୍ରିୟା ବାବଦରେ ତାଙ୍କର ଗଭୀର ଜ୍ଞାନ ରହିଛି । ଏଭଳି ସ୍ଥିତିରେ ଆଇଟି ବିଭାଗ ଉପରୁ ତାଙ୍କ ସ୍ତରର ତଦାରଖ ହଟାଇବା ନିୟମର ଉଲ୍ଲଂଘନ ଅଟେ ।

Shashi Tharoor: ଥରୁର ପୁଣିଥରେ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ନିଯୁକ୍ତ

ବିବାଦ ବଢ଼ିବା ପରେ ଗତ ସପ୍ତାହରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଥିଲା । ଏହି ମାମଲା କୌଣସି ନୀତିଗତ ବିବାଦ କିମ୍ବା ଆଇଟି ବିଭାଗର କାର୍ଯ୍ୟ ପ୍ରଣାଳୀ ସହ ଜଡ଼ିତ ନୁହେଁ, ବରଂ କେବଳ ଡେପୁଟେସନରେ ଥିବା ଜଣେ ଅଧିକାରୀଙ୍କ ଆଚରଣ ମଧ୍ୟରେ ସୀମିତ ଥିଲା ବୋଲି କମିସନ କହିଛନ୍ତି । କମିସନଙ୍କ ସୂଚନା ଅନୁଯାୟୀ, ମନୀଷ ଗର୍ଗଙ୍କ ଆଦେଶ କଦାପି ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନଥିଲା ଏବଂ ଆଇଟି ବିଭାଗ ଉପରେ ନଜର ବଜାୟ ରହିଥିଲା ।

ଗତ ଅଗଷ୍ଟ ମାସରେ ଉପ ନିର୍ବାଚନ କମିସନର ସଞ୍ଜୟ କୁମାର ନିଜ କ୍ୟାଡରକୁ ଫେରିଯାଇଥିଲେ । ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଏବେ ତାଙ୍କର ସମସ୍ତ ଦାୟିତ୍ୱ ମନୀଷ ଗର୍ଗ ହିଁ ସମ୍ଭାଳୁଛନ୍ତି । ବର୍ତ୍ତମାନ ଡିଜି (ଆଇଟି)ଙ୍କ ଫାଇଲଗୁଡ଼ିକ ମନୀଷ ଗର୍ଗଙ୍କ ଜରିଆରେ ହିଁ ନିର୍ବାଚନ କମିସନରଙ୍କ ନିକଟକୁ ପହଞ୍ଚୁଛି । ସୂତ୍ର ଅନୁଯାୟୀ, ମନୀଷ ଗର୍ଗ ଦୁଇ ନିର୍ବାଚନ କମିସନରଙ୍କୁ ଭେଟି ନିଜର ପକ୍ଷ ରଖିଥିଲେ ।

ଅନ୍ୟପଟେ କ୍ୟାବିନେଟ ସଚିବ ଟି.ଭି. ସୋମନାଥନ ଦୁଇ ନିର୍ବାଚନ କମିସନରଙ୍କ ଏହି ଅଭିଯୋଗ ଚିଠିକୁ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ନିକଟକୁ ପଠାଇ ଦେଇଛନ୍ତି । ତେବେ ଏହି ମାମଲାରେ ସରକାର ସିଧାସଳଖ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ନିର୍ବାଚନ କମିସନଙ୍କ ସ୍ୱାୟତ୍ତତାରେ ହସ୍ତକ୍ଷେପ ହେବ ବୋଲି ସରକାର ମନେ କରୁଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.