Mayurbhanj: ଭିଣୋଇ ଘରେ ଜୀବନ ହାରିଲା ଶାଳୀ!

3 days ago 5
ARTICLE AD BOX

ରାଇରଙ୍ଗପୁର/ବାଦାମପାହାଡ: ଭିଣୋଇ ଘରେ ଶାଳୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ହାଟସାହିରେ । ସୂଚନା ଅନୁଯାୟୀ ତିରିଂ ଥାନା ତଥା ଝରାଡିହି ଫାଣ୍ଡି ଅନ୍ତର୍ଗତ ପୋଖାରିଆ ଗ୍ରାମର ଦୁବରାଜ ପାତ୍ରଙ୍କ ଝିଅ ରଶ୍ମି ପାତ୍ର (ଛଦ୍ମନାମ) । ସେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ତେବେ ତାଙ୍କ ବାପା ମାଆ ନ ଥିବାରୁ ସେ ଦୁର୍ଗା ପୂଜା ଦେଖିବା ପାଇଁ ବାଦାମପାହାଡସ୍ଥ ନିଜ ଭିଣୋଇ ମାଖନ୍ ପାତ୍ରଙ୍କ ଘରକୁ ଯାଇଥିଲେ ।

ଆହୁରି ପଢନ୍ତୁ: Dry Fruits: ବଜାରରୁ ଡ୍ରାଏ ଫ୍ରୁଟ୍ସ କିଣୁଛନ୍ତି କି? ସାବଧାନ! ଏମିତି ଚିହ୍ନଟ କରନ୍ତୁ ଅସଲି ଓ ନକଲି

ତେବେ ଆଜି ଘରେ କେହି ନଥିବା ସମୟରେ ଘର ଭିତରେ ଏକ ଲୁଗା ସାହାଯ୍ୟରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବାଦାମପାହାଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛି । ଏନେଇ ପୋଲିସ କେସ ନଂ ୨୧/୧୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.