ARTICLE AD BOX
ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ସ୍ବଚ୍ଛ ଗାଁ ବୋବେଇଯୋଡ଼ା ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ଗାଁର ଏକ ଭିଡିଓକୁ ସୋସିଆଲ ମିଡିଆ ‘ଏକ୍ସ’ରେ ଜାରି କରି ଏହାର ସ୍ବଚ୍ଛତା, ପ୍ଲାଷ୍ଟିକ୍ ଓ ଆବର୍ଜନାମୁକ୍ତ ପରିବେଶକୁ ପ୍ରଶଂସା କରିଛନ୍ତି। ଏଭଳି ସ୍ବଚ୍ଛତା ବଜାୟ ରଖିଥିବାରୁ ସେ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିଟି ଗାଁ ଓ ସହରକୁ ସ୍ବଚ୍ଛ କରିବାକୁ ଆମେ ଏହାକୁ ଏକ ମିସନ ଭାବେ କାହିଁକି ଗ୍ରହଣ କରିପାରିବା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଦିବାସୀମାନେ ବାସ କରୁଥିବା ଗାଁ ବୋବେଇଯୋଡ଼ରେ ଘରଗୁଡ଼ିକରେ ରଙ୍ଗବେରଙ୍ଗର ରଙ୍ଗ ଲଗାଯାଇଥିବା ବେଳେ କାନ୍ଥରେ ବିଭିନ୍ନ ଚିତ୍ର ରହିଛି। ପ୍ରାକୃତିକ ରଙ୍ଗ ବ୍ୟବହାର କରି ଚାଳଘରଗୁଡ଼ିକୁ ରଙ୍ଗ କରାଯାଇଛି। ସ୍ବଚ୍ଛତାକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଯାଉଛନ୍ତି। ଘର ବାରଣ୍ଡାଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଯେଉଁଆଡ଼େ ଆଖି ପଡ଼ିବ ତାହା କେବଳ ସ୍ବଚ୍ଛ ହିଁ ଦେଖାଯାଉଛି। ସ୍ବଚ୍ଛତା ବଜାୟ ରଖିବା ଗ୍ରାମବାସୀଙ୍କ ଏକ ଅଭ୍ୟାସରେ ପରିଣତ ହୋଇଛି।

3 weeks ago
10


