Mega blood donation camp: ‘ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍’ ପକ୍ଷରୁ ମେଗା ରକ୍ତଦାନ ଶିବିର

4 days ago 3
ARTICLE AD BOX

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ‘ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍’ର ପ୍ରତିଷ୍ଠାତା ଦେବ‌ଜ୍ୟାତି ରଥଙ୍କ ଜନ୍ମଦିବସ  ଅବସରରେ ‘ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍’ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ଏସପ୍ଲାନେଡ୍ ମଲ୍‌ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨୬ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଶିବିରକୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉଦ୍‌ଘାଟନ କରି ଜନ୍ମଦିନରେ ଏଭଳି ମହତ କାର୍ଯ୍ୟ ସମସ୍ତେ କରନ୍ତୁ ବୋଲି କହିଥିଲେ। 

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

ଅନ୍ୟାନ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଟୁକୁନି ସାହୁ, ବିଜେଡି ନେତା ମନ୍ମଥ ରାଉତରାୟ, ସମାଜସେବୀ ରାକେଶ ମହାପାତ୍ର, ଦୁର୍ଯ୍ୟୋଧନ ରଥ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସଦସ୍ୟ ସୂର୍ଯ୍ୟପ୍ରତାପ ସ୍ୱାଇଁ, ଶୈଳେନ୍ଦ୍ର ସ୍ୱାଇଁ, ସୁନିଲ ସ୍ୱାଇଁ, କସ୍ତୁରୀ ସାହୁ, ଅଭିଷେକ ପଟ୍ଟନାୟକ, ଗୁଲସନ ଖୁଣ୍ଟିଆ, ଏସ୍‌କେ ଅଭିଷେକ, ଶୁଭାଶିଷ ଭୋଳ, ବଳରାମ ପାଣି, ମାମୁନ ରଥ, ସିଦ୍ଧେଶ୍ୱର ମହାରଣା, ସୌମ୍ୟରଞ୍ଜନ ବେହେରା, ଶ୍ୱେତସିନ୍ଧୁ ପ୍ରଧାନ, ପ୍ରବୀଣ କୁମାର ବାରିକ, ସତ୍ୟଜିତ ମହାରଣା, ବେଦଦ୍ୟୁତି ଭୁୟାଁ, ଚିନ୍ମୟ ସାହୁ, ବନ୍ଦିତା ସାହୁ, ସୁଶ୍ରୀ ଶାଶ୍ୱତୀ ପଣ୍ଡା, ଦେବସ୍ମିତା ରାଉତ ପ୍ରମୁଖ ପରିଚାଳନା କରିଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ବିନୋଦ କୁମାର ପଣ୍ଡା ଶିବିର ସଂଯୋଜନା କରିଥିଲେ। ପ୍ରଭଞ୍ଜନ ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ ଓ ଅଜୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ରକ୍ତକେନ୍ଦ୍ର କେନ୍ଦ୍ରାପଡ଼ାର ସହକର୍ମୀମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ।

Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.