Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_ltma9t15umnc8v83n601riqu19, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Messi-Yamal: ମେସି-ୟାମାଲ ଫଟୋ ଭାଇରାଲ୍‌: ବାଥ୍‌ଟବ୍‌ ଫଟୋରୁ ବିଶ୍ବକପ୍‌ ଫାଇନାଲ୍‌ - CGPT.IN

Messi-Yamal: ମେସି-ୟାମାଲ ଫଟୋ ଭାଇରାଲ୍‌: ବାଥ୍‌ଟବ୍‌ ଫଟୋରୁ ବିଶ୍ବକପ୍‌ ଫାଇନାଲ୍‌

1 month ago 16
ARTICLE AD BOX

ନ୍ୟୁୟର୍କ: ରବିବାରର ସ୍ପେନ୍‌-ଆ‌ର୍ଜେଣ୍ଟିନା ବହୁ ପ୍ରତୀକ୍ଷିତ ମେଗା ଫାଇନାଲ୍‌ ପୂର୍ବରୁ ଭାଇରାଲ୍‌ ହୋଇଛି ଆର୍ଜେଣ୍ଟିନାର ମହାନ ତାରକା ଲିଓନେଲ ମେସି ଏବଂ ସ୍ପେନ୍‌ର ୧୯ବର୍ଷୀୟ କିଶୋର ତାରକା ଲାମିନେ ୟାମାଲଙ୍କ ବାଥ୍‌ଟବ୍‌ ଫଟୋ। ଏହି ଫଟୋରେ କୁନି ୟାମାଲ ଏକ ବାଥଟବ୍‌ରେ ଗାଧୋଉଥିଲା ବେଳେ ମେସି ତାଙ୍କୁ ସ୍ନେହଭରା ନୟନରେ ଦେଖୁଛନ୍ତି। ଅନ୍ୟଏକ ଫଟୋରେ ସେ ୟାମାଲଙ୍କୁ କୋଳରେ ଧରିଛନ୍ତି। ଫଟୋ ଦୁଇଟି ୨୦୦୭ ମସିହାର ବୋଲି ଜଣାପଡ଼ିଛି। ଗୁରୁବାର ଏହି ଫଟୋ ସାମାଜିକ ଗଣମାଧ୍ୟମରେ ନିଆଁ ଲଗାଇ ଦେଇଛି। ‌‌ଯେତେବେଳେ ମେସି ଓ ୟାମାଲ ପରସ୍ପର ବିପକ୍ଷରେ ଫାଇନାଲ୍‌ ଖେଳିବା ଲାଗି ମଇଦାନକୁ ଓହ୍ଲାଇବେ, ସେତେବେଳେ ମଧ୍ୟ ଫୁଟ୍‌ବଲ୍‌ ଜଗତ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବ ବୋଲି ଫଟୋଟି ଦର୍ଶାଇଛି। କାରଣ, ପ୍ରାୟ ୧୯ ବର୍ଷ ପୂର୍ବେ ଏକ ଦାତବ୍ୟ ଫଟୋସୁଟ୍‌ରେ ଶିଶୁ ୟାମାଲଙ୍କୁ କୋଳରେ ଧରିଥିଲେ ମେସି। ଆଜି ସେହି ଶିଶୁ ବିଶ୍ୱକପ୍ ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ। ସୂଚନାଯୋଗ୍ୟ ଯେ ୨୦୦୭ ଡିସେମ୍ବରରେ ଡିଆରିଓ ସ୍ପୋର୍ଟସ ଏବଂ ୟୁନିସେଫ୍‌ ପକ୍ଷରୁ ଏକ ଦାତବ୍ୟ କ୍ୟାଲେଣ୍ଡର ପାଇଁ ଫଟୋସୁଟ୍‌ର ଆୟୋଜନ କରାଯାଇଥିଲା। ସେହି ସମୟରେ ୨୦ ବର୍ଷୀୟ  ମେସି ମାତ୍ର ପାଞ୍ଚ ମାସର ଶିଶୁ ୟାମାଲଙ୍କ ସହ ଫଟୋଟି ଉଠାଇଥିଲେ।

Amrit Bharat Station: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ; ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଜି ଲୋକାର୍ପଣ

ଫଟୋଗ୍ରାଫର ଜୋଆନ୍ ମନଫୋର୍ଟ କ୍ୟାମେରା‌ ଲେନ୍ସରେ ତୋଳି ଧରିଥିବା ଏହି ଫଟୋ ସେତେବେଳେ କେବଳ ଏକ ସାଧାରଣ ଚ୍ୟାରିଟି ଫଟୋ ଥିଲା। କିନ୍ତୁ ଆଜି ଏହା ଫୁଟ୍‌ବଲ୍‌ ଇତିହାସର ଅନ୍ୟତମ ସ୍ମରଣୀୟ ଅଧ୍ୟାୟ ପାଲଟିଯାଇଛି। ଲାମିନେ ୟାମାଲଙ୍କ ପରିବାର ବହୁ ବର୍ଷ ପରେ ଏହି ଫଟୋକୁ ସାମ୍ନାକୁ ଆଣିଛନ୍ତି। ଏହାପରେ ଫଟୋଟି ସାମାଜିକ ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଏହି ଫଟୋକୁ ଫୁଟବଲ ଜଗତର ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଦାୟିତ୍ୱ ହସ୍ତାନ୍ତରର ପ୍ରତୀକ ବୋଲି କୁହାଯାଉଛି। ୩୯ବର୍ଷୀୟ ମେସିଙ୍କୁ ସଂପ୍ରତି ସର୍ବକାଳୀନ ଶ୍ରେଷ୍ଠ ଫୁଟ୍‌ବଲର୍‌ ବୋଲି ବିବେଚନା କରାଯାଉଛି। ଅନ୍ୟପଟେ ମାତ୍ର ୧୯ବର୍ଷ ବୟସରେ ଲାମିନେ ୟାମାଲ ବିଶ୍ୱ ଫୁଟ୍‌ବଲର୍‌ ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଉଭୟ ମେସି ଓ ୟାମାଲ ହେଉଛନ୍ତି ବାର୍ସିଲୋନାର ପ୍ରସିଦ୍ଧ ଲା’ ମାସିଆ ଏକାଡେମୀର ପ୍ରଶିକ୍ଷାର୍ଥୀ। ଜଣେ ଏହି ଏକାଡେମୀରେ ରହି ଓ ବଢ଼ି ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିରେ ପରିଣତ କରିଥିବାବେଳେ ଅନ୍ୟଜଣଙ୍କୁ ଭବିଷ୍ୟତର ମହାନ ତାରକା ଭାବେ ଗଢ଼ି ତୋଳାଯାଇଛି।

Maoists: ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର; ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.