Millions of people will live in space! ମହାକାଶରେ ରହିବେ ଲକ୍ଷ ଲକ୍ଷ ମଣିଷ!

5 days ago 4
ARTICLE AD BOX

ଆମାଜନ୍‌ର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ଜେଫ୍ ବେଜୋସ୍‌ ମହାକାଶ ବିଜ୍ଞାନ ଓ ଭବିଷ୍ୟତକୁ ନେଇ ଏକ ଚାଞ୍ଚଲ୍ୟକର ଭବିଷ୍ୟବାଣୀ କରିଛନ୍ତି। ‘ଇଟାଲିଆନ୍ ଟେକ୍ ୱିକ୍’ରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ, ଆସନ୍ତା ଦୁଇ ଦଶନ୍ଧି ଭିତରେ, ଅର୍ଥାତ୍‌ ୨୦୪୫ ମସିହା ସୁଦ୍ଧା ପୃଥିବୀର ଲକ୍ଷ ଲକ୍ଷ ଲୋକ ମହାକାଶରେ ବସବାସ କରିବେ। ଜେଫ୍ ବେଜୋସ୍‌ଙ୍କ ଅନୁସାରେ, ପୃଥିବୀରେ କୌଣସି ବିପଦ ଆସିବା ଯୋଗୁଁ ଲୋକଙ୍କୁ ବାଧ୍ୟ ହୋଇ ମହାକାଶକୁ ଯିବାକୁ ପଡ଼ିବନାହିଁ, ବରଂ ମହାକାଶ ପ୍ରଯୁକ୍ତିବିଦ୍ୟା ଏତେ ବ୍ୟାପକ ଓ ବିକଶିତ ହୋଇଯିବ ଯେ ଲୋକମାନେ ସ୍ୱେଚ୍ଛାରେ ଓ ଆଗ୍ରହର ସହ ସେଠାରେ ରହିବାକୁ ପସନ୍ଦ କରିବେ। ଚନ୍ଦ୍ରପୃଷ୍ଠରେ ମଧ୍ୟ ମଣିଷ ବସବାସ କରିବ‌ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ତେବେ ଏହା କଠିନ ଓ ବ୍ୟୟବହୁଳ ହେବ।

Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍‌ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ

ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ କଠିନ ତଥା ବିପଦପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ମଣିଷ ବଦଳରେ ରୋବଟ୍‌ମାନେ କରିବେ।

ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ ମଣିଷ ରହିବା ପରେ କଠିନ ତଥା ବିପଦପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ରୋବଟ୍‌ମାନଙ୍କ ଦ୍ବାରା କରାଯିବ। ଅର୍ଥାତ୍‌ ସମୟ ଆସିବ ଯେତେବେଳେ ଚନ୍ଦ୍ର ତଥା ଅନ୍ୟ ବାହ୍ୟ ଜଗତରେ ଅଧିକାଂଶ କାମ ରୋବଟ୍‌ମାନେ ହିଁ କରିବେ। ସେହିପରି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଓ ଅଟୋମେସନ୍ ଯୋଗୁଁ ମହାକାଶ ଅଭିଯାନଗୁଡ଼ିକ ଆଗ ଅପେକ୍ଷା ଯଥେଷ୍ଟ କମ୍ ଖର୍ଚ୍ଚରେ ଓ ସୁରକ୍ଷିତ ଭାବେ ସମ୍ପାଦିତ ହୋଇପାରିବ। ଅନେକ ବିଶେଷଜ୍ଞ ଏଆଇ ଯୋଗୁଁ ଚାକିରି ହରାଇବା କିମ୍ବା ବିପଦ ସୃଷ୍ଟି ହେବାର ଆଶଙ୍କା କରୁଥିବା ବେଳେ ବେଜୋସ୍‌ ଏଆଇକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ। ନିଜର ଏରୋସ୍ପେସ୍ କମ୍ପାନି ‘ବ୍ଲୁ ଓରିଜିନ୍’ ମାଧ୍ୟମରେ ବେଜୋସ୍‌ ମହାକାଶ ଗବେଷଣାକୁ ନୂଆ ଦିଗ ଦେଉଛନ୍ତି। ପ୍ରଯୁକ୍ତିବିଦ୍ୟାର ଏହି ଦ୍ରୁତ ଅଗ୍ରଗତି ସୂଚାଉଛି ଯେ, ଦିନେ ଯାହା କେବଳ କଳ୍ପନା କିମ୍ବା ସାଇନ୍ସ-ଫିକ୍ସନ୍ ସିନେମାରେ ଦେଖିବାକୁ ମିଳୁଥିଲା, ତାହା ବାସ୍ତବତାର ରୂପ ନେବାକୁ ଆଉ ବେଶି ଦିନ ଲାଗିବନାହିଁ। ଏସବୁ ଭିତରେ ବେଜୋସ୍‌ କହିଛନ୍ତି ଯେ, ମାନବ ଜାତିକୁ ପୃଥିବୀ ବାହାରକୁ ଯିବାକୁ ବାଧ୍ୟ କରାଯିବ ନାହିଁ, ବରଂ ପରିବର୍ତ୍ତିତ ପରିସ୍ଥିତିରେ ସେଠାରେ ମାନବ ବସତି ଗଢ଼ିଉଠିବ।।

Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.