Minor Driver Arrested: ୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଜବତ, ନାବାଳକ ଚାଳକ ଗିରଫ

1 week ago 5
ARTICLE AD BOX

କନ୍ଧମାଳରୁ କଟକ ଗଞ୍ଜେଇ ଚାଲାଣ ସମୟରେ ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ମାରୁତି ଡ଼ିଜାର କାର ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ରଙ୍ଗ ମାଟିଆ ଟୋଲଗେଟ ଠାରେ କାବୁ କରିବାରେ ସକ୍ଷମ ହୋଇଛନ୍ତି।

 ୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଜବତ, ନାବାଳକ ଚାଳକ ଗିରଫ

ଦଶପଲ୍ଲା: କନ୍ଧମାଳରୁ କଟକଗଞ୍ଜେଇ ଚାଲାଣ ସମୟରେ ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ମାରୁତି ଡ଼ିଜାର କାର ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ରଙ୍ଗ ମାଟିଆ ଟୋଲଗେଟ ଠାରେ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଗିରଫ ଗାଡି ଚାଳକ ଜଣଙ୍କ ହେଉଛନ୍ତି ଜଣେ ନାବାଳକ। ତାଙ୍କ ଘର କନ୍ଧମାଳଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନସ୍ଥ କରଣ୍ଡାଗଡ଼ ଗ୍ରାମରେ। ସେ ୧୭ ବର୍ଷୀୟ ଯୁବକ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

 ସମ୍ପୃକ୍ତ ଚାଳକ ଜଣଙ୍କ ( ଓଡ଼ି ୦୨ ସିଏମ ୩୪୦୫) କାର ଯୋଗେ ଦୁଇଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ନେଉଥିଲେ। ବିଶେଷସୂତ୍ରରୁ ଖବରପାଇ ଥାନା ଅଧିକାରୀ ଶ୍ରୀ ପରିଡା ତାକୁ ଧରିବାକୁ ଜାଲ ବିଛାଇ ଥିଲେ। ଟୋଲ ଗେଟ ଠାରେ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଥିବା ଜଣା ପଡିଥିଲା। ଶେଷରେ ଏହାକୁ କାବୁ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଯାହାକି ସମୁଦାୟ ଗଞ୍ଜେଇର ଓଜନ ୧ କ୍ୱିଣ୍ଟାଲ ୪ ଶହ ଗ୍ରାମ ହୋଇଥିବା କୁହାଯାଇଛି। ବଡ଼କଥା ହେଉଛି ଗଞ୍ଜେଇ ମାଫିଆ ମାନେ ଏଭଳି ବଡ଼ ବଡ଼ ମାମଲାରୁ ଖସିବା ପାଇଁ ନାବାଳକ ଚାଳକଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ କରୁଥିବା କୁହାଯାଇଛି। ଏହି ମାମଲାକୁ ନେଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀ ପରିଡା କହିଛନ୍ତି।

କିପରି ଅଛି ଲାଲ୍‌ କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.