ARTICLE AD BOX
ପାଟଣା: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ର ବାହୁବଳୀ ବିଧାୟକ ଅନନ୍ତ କୁମାର ସିଂହଙ୍କ ଏକ ବିବାଦୀୟ ବୟାନ୍ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ସେ ୯ ଜଣଙ୍କୁ ହତ୍ୟା କରିଥିବା ଏବଂ କ୍ଷମତାକୁ ଆସିବାରେ ନୀତିଶଙ୍କୁ ସାହାଯ୍ୟ କରିଥିବା ନେଇ ଦାବି କରିଛନ୍ତି। ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ନୀରଜ କୁମାରଙ୍କୁ ଜେଡିୟୁ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବାରୁ କ୍ରୋଧାନ୍ୱିତ ହୋଇ ଅନନ୍ତ ସିଂହ ଏହି ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି।
ଏହି ସାଂଘାତିକ ବୟାନ ପରେ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ନୀତିଶ କୁମାରଙ୍କୁ କଡ଼ା ନିନ୍ଦା କରିଛି। ଆରଜେଡି ନେତା ଶକ୍ତି ସିଂହ ଯାଦବ କହିଛନ୍ତି ଯେ ଅନନ୍ତ ସିଂହଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ନୀତିଶ କୁମାର କ୍ଷମତା ପାଇଁ ଅପରାଧୀ ଓ ବାହୁବଳୀ ଗ୍ୟାଙ୍ଗଗୁଡ଼ିକର ସହାୟତା ନେଇଥିଲେ। ଏହା ଏକ ପ୍ରକାରର ସ୍ୱୀକାରୋକ୍ତି ବୋଲି ଆରଜେଡି ଅଭିଯୋଗ କରିଛି। ଅନ୍ୟପକ୍ଷରେ, ଜେଡିୟୁ ପକ୍ଷରୁ ଏହି ବୟାନଠାରୁ ଦୂରତା ବଜାୟ ରଖାଯାଇଛି। ଦଳର ଜାତୀୟ ପ୍ରବକ୍ତା ରାଜୀବ ରଞ୍ଜନ ପ୍ରସାଦ କହିଛନ୍ତି ଯେ ନୀତିଶ କୁମାରଙ୍କ ରାଜନୈତିକ ଜୀବନ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଏଭଳି ବ୍ୟକ୍ତିଗତ ବୟାନକୁ ଦଳ କୌଣସି ଗୁରୁତ୍ୱ ଦେଉନାହିଁ।
ତେବେ ରାଜନୈତିକ ଚର୍ଚ୍ଚା ଏବଂ ଦଳୀୟ ଚାପ ପରେ ଅନନ୍ତ ସିଂହ ନିଜ ବୟାନରୁ ଓହରି ଯାଇଛନ୍ତି। ସଫେଇ ଦେଇ କହିଛନ୍ତି ଯେ ଲାଲୁ ଯାଦବଙ୍କ ସରକାର ସମୟରେ ନୀତିଶ କୁମାରଙ୍କୁ ସମର୍ଥନ କରିଥିବାରୁ ତାଙ୍କର ୯ ଜଣ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା। ସେ ନିଜେ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ଆସନ୍ତା ଅକ୍ଟୋବର ୨୩ ରେ ବିହାର ବିଧାନ ପରିଷଦର ୮ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୨୭ ରେ ଗଣତି ହେବ। ଏହି ନିର୍ବାଚନ ପୂର୍ବରୁ ଅନନ୍ତ ସିଂହଙ୍କ ଏହି ଆରୋପ-ପ୍ରତ୍ୟାରୋପ ବିହାର ରାଜନୀତିକୁ ଆହୁରି ସରଗରମ କରିଦେଇଛି।
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଇଣ୍ଟରନେଟ୍ ବ୍ୟବହାର ପିଲାମାନଙ୍କ ସମେତ ସମସ୍ତଙ୍କ ପାଇଁ ଏକ ମୌଳିକ ଅଧିକାର

1 week ago
6


