Mother Carries Dying Son ମରିଗଲା ମାନବିକତା: ମୁମୂର୍ଷୁ ପୁଅକୁ କାନ୍ଧରେ ଧରି ଦୌଡ଼ିଲେ ମା’, ଆଖି ଆଗରେ ଦେଖି ବି ନିରବ ରହିଲେ ଲୋକେ

1 hour ago 1
ARTICLE AD BOX

କେନ୍ଦୁଝର (ଜିତେନ୍ଦ୍ର ପଟ୍ଟନାୟକ): ଲଗାଣ ବର୍ଷାରେ ଭରା ପୋଖରୀ, ମା’ଓ ପୁଅ ଗାଧୋଇବାକୁ ଯାଇଥିଲେ, ପୋଖରୀ ପାଣିରେ ଡୁବିଗଲେ ପୁଅ। ଜୀବନକୁ ପାଣିଛଡ଼ାଇ ପୁଅକୁ ପାଣିରୁ କାଢ଼ିଲେ। ଆମ୍ବୁଲାନ୍‌ସକୁ ଡାକିଲେ, କିନ୍ତୁ ବର୍ଷାରେ ରାସ୍ତା ଧୋଇ ହୋଇଯାଇଥିବାରୁ ଆମ୍ବୁଲାନ୍‌ସ ଆସିପାରିଲାନାହିଁ। ବିକଳରେ ମା’ ନିଜର ମୁମୂର୍ଷୁ ପୁଅକୁ କାନ୍ଧରେ ପକାଇ ଦୌଡ଼ିଲେ, କିନ୍ତୁ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିବା ବେଳେ ପୁଅ ଆଖିବୁଜିଦେଇଥିଲା। ମା’ର କୋଳ ଉଜୁଡ଼ିଯାଇଥିଲା।  ତେବେ ଏହି ଘଟଣା ଯେତିକି ହୃଦୟ ବିଦାରକ ନଥିଲା, ମାଆ ପୁଅକୁ କାନ୍ଧରେ ପକାଇ ଦୌଡ଼ିବା ବେଳେ କିଛି ଯୁବକ ମୋଟରସାଇକଲ୍‌ ଧରି ଠିଆ ହୋଇ ଦେଖୁଥିଲେ ମଧ୍ୟ କୌଣସି ସହାୟତା କରିନଥିଳେ।  ଏପରି ଖଟିଆରେ ପୁଅକୁ ଧରି ଦୁଇ ଜଣ ମହିଳା ବୋହିଚାଲିଥିବା ବେଳେ ଆଖପାଖର ପୁରୁଷମାନେ ନିରବଦ୍ରଷ୍ଟା ସାଜିଥିଲେ। ଏଭଳି ଏକ ଦୁଃଖଦ ଘଟଣା, ଆଜି (ମଙ୍ଗଳବାର) କେନ୍ଦୁଝର ପାଟଣାରେ ଘଟିଛି।

mother and son1

କେନ୍ଦୁଝର ଜିଲ୍ଲା ପାଟଣା ଥାନା  ଝାଲିଆପଡା ଗ୍ରାମର ଗୁଣିଆଭାଡ଼ି ସାହିର ବାସିନ୍ଦା ରୋହିତ ମହାନ୍ତଙ୍କ ପତ୍ନୀ’ ଓ ପୁଅ ନରେଶ (୧୩) ସବୁଦିନ ଭଳି ଆଜି ପୂର୍ବାହ୍‌ଣରୁ ପୋଖରୀକୁ ଶୌଚ ଓ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନାବାଳକ ଜଣକ ପାଣିରେ ଡୁବିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସକୁ ସୂଚିତ କରିଥିଲେ।  ଆମ୍ବୁଲାନ୍‌ସ ପହଞ୍ଚିଥିଲା, କିନ୍ତୁ ବର୍ଷାରେ ଗାଁ ସଂଯୋଗ ପୋଲ ଧୋଇ ହୋଇଯାଇଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା।

ଅନ୍ୟ ଉପାୟ ନପାଇ ମା’ ମୁମୁର୍ଷୁ ପୁଅକୁ କାନ୍ଧରେ ପକାଇ ଦୌଡ଼ିଥିଲେ। ପରିବାର ଲୋକ ପୋଲ ନିକଟରୁ ଏକ ଖଟିଆ ସାହାଯ୍ୟରେ ନାଳ ପାର କରି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ସେଠାରୁ ଆମ୍ବୁଲାନ୍‌ସ ଯୋଗେ ହସ୍‌ପିଟାଲ୍‌କୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.