Murder Case: ବାଲିଅନ୍ତା ରିଙ୍କୁ ମାର୍ଥା ହତ୍ୟା ମାମଲା: ଅଭିଯୁକ୍ତ ବାପପୁଅ ଗିରଫ

58 minutes ago 2
ARTICLE AD BOX

ବାଲିଅନ୍ତା ବଜାର: ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ସ୍ମୃତିରଞ୍ଜନ ଓରଫ ରିଙ୍କୁ ମାର୍ଥାଙ୍କ ମୃତ୍ୟୁ ଘଟଣାରେ ବାଲିଅନ୍ତା ଥାନା ପୁଲିସ ଦୁଇ ଅଭିଯୁକ୍ତ ବାଲିଅନ୍ତା ରଣସିଂହସାହି ଅଞ୍ଚଳର ଅଶୋକ ଜେନା ଓ ତାଙ୍କ ପୁଅ ଆଶିଷ ରାୟ ବାହାଦୁରକୁ ଗିରଫ କରିଛି। ପୂର୍ବରୁ ଅଶୋକଙ୍କ ପୁଅ ମହେଶ କୁମାର ରାୟ ବାହାଦୁରକୁ କୋର୍ଟ ଚାଲାଣ କରାଯାଇଛି।

Cyclone: ସ୍ଥାନାନ୍ତର ୧୭୨ ଗର୍ଭବତୀଙ୍କ ମଧ୍ୟରୁ ୪୫ ମହିଳାଙ୍କ ପ୍ରସବ

ସୂଚନା ଅନୁଯାୟୀ ଅକ୍ଟୋବର ମାସ ୨୦ ତାରିଖରେ ବାଲିଅନ୍ତା ଅଞ୍ଚଳରେ ଥିବା ଅଶୋକ ଜେନାଙ୍କ ଦୋକାନ ସମ୍ମୁଖରେ ଏହି ଗଣ୍ଡଗୋଳ ଘଟିଥିଲା। ମୃତକ ସ୍ମୃତିରଞ୍ଜନ ମାର୍ଥାଙ୍କ ସାନଭାଇ ପିଙ୍କୁ ଟ୍ରାକ୍ଟରଚାଳକ ଝୁମର ଦାସଙ୍କ ସହ କୌଣସି କାରଣକୁ ନେଇ ଯୁକ୍ତିତର୍କ କରୁଥିଲେ। ଏହି ସମୟରେ ଦୋକାନମାଲିକ ଅଶୋକ ଜେନା ସେମାନଙ୍କୁ ଦୋକାନ ସମ୍ମୁଖରୁ ଚାଲିଯିବାକୁ କହିବା ସହ ଗାଳିଗୁଲଜ କରିଥିଲେ । ଏହାକୁ କେନ୍ଦ୍ର କରି ପିଙ୍କୁ ଓ ଅଶୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅଶୋକ ଜେନାଙ୍କ ଦୁଇ ପୁଅ ସେଠାରେ ପହଞ୍ଚିବା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏହି ସମୟରେ ପିଙ୍କୁ ତାଙ୍କ ବଡ଼ଭାଇ ରିଙ୍କୁଙ୍କୁ ଫୋନ ଯୋଗେ ଡାକିଥିଲେ। ରିଙ୍କୁ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ ରୋକିବାକୁ ଉଦ୍ୟମ କଲାବେଳେ ତାଙ୍କୁ ଅଭିଯୁକ୍ତମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି

ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ଗ୍ରାମବାସୀ ନ୍ୟାୟ ଦାବିରେ ବାଲିଅନ୍ତା ଥାନା ଆଗରେ ରିଙ୍କୁଙ୍କ ମୃତଦେହକୁ ରଖି ଧାରଣା  ଦେଇଥିଲେ। ଥାନା ଅଧିକାରୀ ରଶ୍ମିତା ବେହେରା,ଜୋନ ୪ ଏସିପି ଅଭିମନ୍ୟୁ ନାୟକ ୭ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ  ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ଅଭିଯୁକ୍ତ ବାପପୁଅ ଘଟଣା ପରଠାରୁ ଫେରାର ହୋଇଯାଇଥିଲେ। ସେମାନଙ୍କୁ ବାଲିଅନ୍ତା ଥାନା ପୁଲିସ ବ୍ରହ୍ମଗିରିରୁ ଟ୍ରାକ୍‌ କରିଥିଲା। ପୁଲିସ ଟ୍ରାକିଂ କରିଥିବା ଜାଣିବା ପରେ ସେମାନେ ବ୍ରହ୍ମଗିରି ଛାଡ଼ି ଦେଇଥିଲେ। ସେମାନଙ୍କୁ ପିଛା କରି ପୁଲିସ ପିପିଲି ଟୋଲ୍‌ଗେଟ ନିକଟରୁ ଗିରଫ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.