Murder: ଗଂଜାମରେ ଜଘନ୍ୟ ହତ୍ୟାକାଣ୍ଡ; ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ବାମୀ

4 days ago 4
ARTICLE AD BOX

ଆସିକା (ଗିରିଶ ତ୍ରିପାଠୀ): ଗଂଜାମ ଜିଲ୍ଲା ଆସିକା ବ୍ଳକ ଗାଙ୍ଗପୁର ଥାନା ଅଞ୍ଚଳରେ ଆଜି ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଙ୍ଗରଡ଼ା ପଞ୍ଚାୟତର ନାହାଡ଼ା ଗ୍ରାମରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ତିନିଟା ବେଳେ ମିନତୀ ପ୍ରଧାନଙ୍କୁ ତାଙ୍କର ସ୍ୱାମୀ ସୁଜିତ ବିଶ୍ୱାଳ ଗଳା କାଟି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ସେହି ଘରେ କବାଟ ବନ୍ଦ କରି ବସି ରହିଥିବା ବେଳେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରିବା ପରେ ପଞ୍ଚନାମା କରାଯିବ ଓ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲକୁ ନିଆଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ କହିଛନ୍ତି। 

ପୁଲିସ କହିଛି ଯେ, ୧୦ ବର୍ଷ ପୂର୍ବେ ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ନାହାଡ଼ା ଗ୍ରାମର ରାଜେନ୍ଦ୍ର ବିଶ୍ୱାଳଙ୍କ ପୁଅ ସୁଜିତ ବିଶ୍ୱାଳ ମିନତୀ ପ୍ରଧାନଙ୍କୁ ଅପହରଣ କରି ସୁରାଟ ନେଇ ଯାଇଥିଲା। ସେଠାରେ ପ୍ରାୟ ଏକ ବର୍ଷ ରହିବା ପରେ ମିନତୀଙ୍କୁ ସୁଜିତ ଗ୍ରାମରେ ଛାଡି ଫେରାର ହୋଇଥିଲା। ଏହା ପରେ ମାମଲା ଗାଙ୍ଗପୁର ଥାନାରେ ସମାଧାନ ହୋଇଥିଲା। ମିନତୀ ଓ ସୁଜିତ ନୋଟାରୀଙ୍କ ନିକଟରେ ବିବାହ କରିଥିଲେ। ବିବାହ ପରେ କୁଳଭୟରେ ଘରେ ଉଭୟଙ୍କ ବଡ଼ମାନେ ବିବାହ କରି ନଥିବାରୁ ମିନତୀ ନିଜ ବାପାଘରେ ରହୁଥିଲେ। 

ସୁଜିତ ସୁରଟରେ ଥିବା ବେଳେ ସେଠି ଏକ ହତ୍ୟା ମାମଲାରେ ଜେଲ ଯାଇ କିଛି ମାସ ପୂର୍ବେ ଜାମିନରେ ଆସି ଥିଲା। ସୁରଟରୁ ଯେବେ ମଧ୍ୟ ସୁଜିତ ଗ୍ରାମକୁ ଆସେ ମିନତୀର ଘରକୁ ଯାଇ ଗଣ୍ଡଗୋଳ କରେ। ଗତ କିଛି ଦିନ ହେଲା ମିନତୀଙ୍କ ବାପା ରୋହିତ ପ୍ରଧାନ ଓ ଭାଇ ଗୌରୀ ଶଙ୍କରଙ୍କୁ ହତ୍ୟା କରିବା ନେଇ ମିନତୀଙ୍କୁ ଫୋନ ଓ ମେସେଜରେ ଧମକ ଦେଉଥିଲା। ଆଜି ପୂର୍ବାହ୍ଣରେ ସୁଜିତ ଓରଫ ଜଗା ବିଶ୍ୱାଳ ଗ୍ରାମକୁ ଫେରି ମିନତୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ଛକି ରହିଥିଲା। ଅପରାହ୍ଣ ପ୍ରାୟ ତିନିଟା ବେଳେ ରୋହିତ ପ୍ରଧାନ ନିକଟ ବଡ଼ ନଦୀ ହିଡ଼କୁ ଯାଇ ଥିବା ବେଳେ ସୁଜିତ ରୋହିତଙ୍କ ଘରେ ପଶି ଘରର କବାଟ ବନ୍ଦ କରି ଦେଇ ରୋଷେଇ ଘରେ ମିନତୀଙ୍କ ଗଳା କାଟି ତାର ପେଟକୁ ବାରମ୍ବାର ଛୁରୀ ଭୂସିଥିଲା।

Murder: ଢ଼ାବା କର୍ମଚାରୀ ଦିବ୍ୟାଙ୍ଗ ଯୁବକଙ୍କ ଗଳା କାଟି ହତ୍ୟା, ସାଥି କର୍ମଚାରୀ ଅଟକ

ଏହି ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଗ୍ୟାସ ଖୋଲି ଦେଇଥିଲା। କିନ୍ତୁ ଖବର ପାଇ ମିନତୀଙ୍କ ବାପା ଓ ଅଭିଯୁକ୍ତର ଭାଇ ଲୋକ ହତ୍ୟା ହୋଇଥିବା ଘରେ ପହଞ୍ଚି କବାଟ ଭାଙ୍ଗିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତ ସୁଜିତ କବାଟ ଖୋଲି ମିନତୀର ବାପା ଓ ଅନ୍ୟ ମାନଙ୍କ ଛୁରୀ ଦେଖାଇ ହତ୍ୟା ଧମକ ଦେଇ ପୁଣି ଘର ମଧ୍ୟକୁ ଯାଇ କବାଟ ବନ୍ଦ କରିଦେଇଥିଲା। ପୁଲିସ ପହଞ୍ଚି ତଦନ୍ତ କରିବା ସହିତ ହତ୍ୟା ହୋଇଥିବା ଘରକୁ ବନ୍ଦ ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.