Murder: ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ମାଲଗୁଡ଼ିଆ ଛକରୁ ମୃତଦେହ ଉଦ୍ଧାର

4 days ago 4
ARTICLE AD BOX

କବିସୂର୍ଯ୍ୟନଗର: ଘରୁ ଡାକି ଆଣି ଯୁବକଙ୍କୁ ବୀଭତ୍ସହତ୍ୟାଅଭିଯୋଗ। ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଲଗୁଡ଼ିଆ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଡୁଙ୍ଗୁରି ଗାଁର ନାରାୟଣ ପ୍ରଧାନ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କିଛି ଯୁବକ ନାରାୟଣଙ୍କୁ ଘରୁ ଡାକି ନେଇଥିଲେ।

ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ମାଲଗୁଡ଼ିଆ ଛକ ନିକଟରେ ନାରାୟଣଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକ ଦେଖିଥିଲେ । ପ୍ରାଥମିକ ତଦନ୍ତରୁ ତାଙ୍କ ମୁଣ୍ଡ ଓ ମୁହଁକୁ କାଠ ଫଳିଆ ଏବଂ ମଦ ବୋତଲରେ ଆକ୍ରମଣ କରାଯାଇଥିବା ଜଣାପଡ଼ୁଛି ।

ହତ୍ୟା ପଛର ପ୍ରକୃତ କାରଣ ଅସ୍ପଷ୍ଟ

ଘଟଣାସ୍ଥଳରୁ ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି । ତେବେ ନାରାୟଣଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସର ତଦନ୍ତ ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ ।

Arrested: ବଡ଼ଚଣା ଆର ଆଣ୍ଡ ବି ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.