Mushroom cures mental illness: ମାନସିକ ରୋଗ ଦୂର କରୁଛି ଛତୁ

5 days ago 3
ARTICLE AD BOX

ଅବସାଦ, ଉଦ୍‌ବେଗ ଓ ପୋଷ୍ଟ ଟ୍ରମାଟିକ୍‌ ଷ୍ଟ୍ରେସ୍‌ ଡିଜ୍‌ଅର୍ଡର (ପିଟିଏସ୍‌ଡି) ଭଳି ମାନସିକ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ କେତେକ ନିର୍ଦ୍ଦିଷ୍ଟ ଛତୁରୁ ମିଳୁଥିବା ସାଇଲୋସାଇବିନ୍‌ ରସାୟନ ନୂଆ ଆଶା ସୃଷ୍ଟି କରିଛି। ଆମେରିକାର ଓରେଗନ୍‌ରେ ଚାଲିଥିବା ପ୍ରଥମ ଆଇନସମ୍ମତ ସାଇଲୋସାଇବିନ୍ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହା ମାନସିକ ରୋଗ ଦୂର କରିବାରେ ଖୁବ୍ ଉପାଦେୟ। ଓରେଗନ୍ ହେଲ୍‌ଥ ଆଣ୍ଡ୍‌ ସାଇନ୍‌ସ ୟୁନିଭର୍ସିଟିର ଗବେଷକମାନେ ୩୪୬ ଜଣଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ। ୨୦୨୪ ନଭେମ୍ବରରୁ ୨୦୨୬ ଜୁନ୍‌ ମଧ୍ୟରେ ସେମାନେ ଲାଇସେନ୍‌ସପ୍ରାପ୍ତ କେନ୍ଦ୍ରରେ ସାଇଲୋସାଇବିନ୍ ନେଇଥିଲେ। ଏକ ମାସ ପରେ ୯୨.୨ ପ୍ରତିଶତ ଅଂଶଗ୍ରହଣକାରୀ ଉପକୃତ ହୋଇଥିବା ପ୍ରକାଶ କରିଛନ୍ତି।

ତିନି ମାସ ପରେ ଗୁରୁତର ପିଡିଏସ୍‌ଡି ଲକ୍ଷଣ ୪୮ ପ୍ରତିଶତରୁ ୧୬.୮ ପ୍ରତିଶତକୁ, ଗୁରୁତର ଉଦ୍‌ବେଗ ୪୫.୧ ପ୍ରତିଶତରୁ ୧୩.୨ ପ୍ରତିଶତ ଏବଂ ଅବସାଦ ୪୨.୨ ପ୍ରତିଶତରୁ ୧୬.୫ ପ୍ରତିଶତକୁ କମିଥିଲା। ଅଂଶଗ୍ରହଣକାରୀଙ୍କ ଜୀବନ ନେଇ ସନ୍ତୁଷ୍ଟି ମଧ୍ୟ ୬୩ ପ୍ରତିଶତରୁ ୮୨.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ସାଇଲୋସାଇବନ୍‌ ସମ୍ପୂର୍ଣ୍ଣ ନିରାପଦ ନୁହେଁ। ଚାରିଜଣ ଅଂଶଗ୍ରହଣକାରୀଙ୍କ ଠାରେ ଗୁରୁତର ପ୍ରତିକ୍ରିୟା ଦେଖାଦେଇଥିଲା। ଗବେଷକମାନେ କହିଛନ୍ତି, ସାଇଲୋସାଇବିନ୍‌କୁ କୌଣସି ଚମତ୍କାରୀ ଔଷଧ ଭାବିବା ଠିକ୍ ନୁହେଁ। ଏହାର ଲାଭ ଓ ବିପଦ ନେଇ ଆହୁରି ବ୍ୟାପକ ଗବେଷଣା ଆବଶ୍ୟକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.