Nakagate: ନାକାଗେଟ୍‌ ଟ୍ରାଫିକ୍‌ ଜାମ୍‌ ଅସମ୍ଭାଳ

4 days ago 5
ARTICLE AD BOX

ଖଣ୍ଡଗିରି: ଐତିହ୍ୟ ପର୍ଯ୍ୟଟନସ୍ଥଳ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ର ଆଖପାଖ ଅଞ୍ଚଳରେ ଭୟଙ୍କର ଟ୍ରାଫିକ୍‌ ଜାମ୍‌ ସମସ୍ୟା ଦେଖାଦେଇଛି। ବିଶେଷ କରି ନାକାଗେଟ୍‌ ଛକ ଓ ତପୋବନ ରାସ୍ତାରେ ସନ୍ଧ୍ୟା ସମୟରେ ଏହି ଟ୍ରାଫିକ୍‌ ଜାମ୍‌ ଉତ୍କଟ ରୂପ ଧାରଣ କରୁଛି। ପାର୍ବଣ ସମୟରେ ଏଭଳି ଭିଡ଼ ଅବ୍ୟବସ୍ଥାରେ ଲୋକେ ସନ୍ତୁଳି ହେଉଛନ୍ତି। ଏହି ଛକରେ ବରମୁଣ୍ଡା, ଖଣ୍ଡଗିରି, କଳିଙ୍ଗବିହାର ଓ ଘାଟିକିଆ ଅଞ୍ଚଳକୁ ସଂଯୋଗ କରୁଥିବାରୁ ପ୍ରବଳ ଭିଡ଼ ହେଉଛି।

BPUT Hackathon 2026: ନିସ୍‌ ଇନଷ୍ଟିଚ୍ୟୁଟ୍‌ରେ ବିପିୟୁଟି ହାକାଥନ୍‌ ୨୦୨୬

ସେହିଭଳି ଖଣ୍ଡଗିରି ବାରିସ୍ଥିତ ଗାନ୍ଧୀ ଶାନ୍ତିକେନ୍ଦ୍ର ସମ୍ମୁଖ ରାସ୍ତାରୁ ଜାତୀୟ ରାଜପଥ ଓ ତପୋବନ ସ୍କୁଲ୍‌ରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା ଏବଂ ଜୟଦେବବାଟିକା-ଘାଟିକିଆ ରାସ୍ତାରେ ଘରୋଇ ବସ୍ ଓ ପର୍ଯ୍ୟଟକ ବସ୍‌ ପାର୍କିଂ ହେଉଛି। ଏହାର ପ୍ରଭାବରେ ଘଣ୍ଟାଘଣ୍ଟା ଧରି ଲୋକେ ଟ୍ରାଫିକ୍ ଜାମ୍‌ରେ ଫସୁଛନ୍ତି। ଅନେକ ସମୟରେ ବରମୁଣ୍ଡା, ନାକାଗେଟ୍, ଘାଟକିଆ ଅଞ୍ଚଳରୁ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଏହି ଭିଡ଼ ଭିତରେ ଫସିରହୁଛି। ଟ୍ରାଫିକ୍‌ ପୁଲିସ ନିୟୋଜିତ ଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣ ଆଦୌ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ନାକାଗେଟ୍‌ରୁ ଘାଟିକିଆ ମଧ୍ୟରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଟ୍ରାଫିକ୍‌ ଜାମ୍‌ କାରଣରୁ ଗ୍ରାହକ କମୁଥିବା ନେଇ ସ୍ଥାନୀୟ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ନାକାଗେଟ୍‌ରୁ ତପୋବନ ରାସ୍ତା ଦେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତାରେ ସମାନ ସ୍ଥିତି ଉପୁଜିଛି। ଏନେଇ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ବ୍ୟବସାୟୀମାନେ ଦାବି କରିଛନ୍ତି।

Jindal Foundation: ଜିନ୍ଦଲ ଫାଉଣ୍ଡେସନର ସେବା ଦିବସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.