Narendra Modi: ମରୁଡ଼ି ସ୍ଥିତିରେ ଚାଷୀଙ୍କ ସହ ଦୃଢ଼ ଭାବେ ରହିଛି ଏନ୍‌ଡିଏ ସରକାର: ମୋଦୀ

1 hour ago 3
ARTICLE AD BOX

ପୁଣେ: ମହାରାଷ୍ଟ୍ରରେ ମରୁଡ଼ି ସ୍ଥିତି ଯୋଗୁଁ ସଙ୍କଟରେ ପଡ଼ିଥିବା ଚାଷୀଙ୍କୁ କେନ୍ଦ୍ର ସରକାର ସବୁପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଶ୍ୱାସନା ଦେଇଛନ୍ତି। ଏଭଳି ସଙ୍କଟ ସମୟରେ ଏନ୍‌ଡିଏ ସରକାର ଚାଷୀଙ୍କ ସହ ଦୃଢ଼ ଭାବେ ରହିଛି ବୋଲି ସେ କହିଛନ୍ତି। ଏଥିସହ ଆଗାମୀ ଦୀପାବଳି ପର୍ବ ସମୟରେ ମରୁଡ଼ି ପ୍ରଭାବିତ ଚାଷୀ ପରିବାରଗୁଡ଼ିକ ଯେପରି ଉତ୍ସବର ଖୁସିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଦେଶବାସୀ ସେମାନଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ପୁଣେର ହିଞ୍ଜେୱାଡ଼ି-ଶିବାଜୀନଗର ମେଟ୍ରୋ ଲାଇନ୍‌-୩ର ଉଦ୍‌ଘାଟନ ଅବସରରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ ଯେ ମହାରାଷ୍ଟ୍ରର ମରୁଡ଼ି ସ୍ଥିତି ସମ୍ପର୍କରେ ସେ ଅବଗତ ଅଛନ୍ତି। ରାଜ୍ୟ ସରକାର ଚାଷୀଙ୍କୁ ଆଗୁଆ ଆର୍ଥିକ ସହାୟତା ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପିଏମ୍‌-କିଷାନ ଯୋଜନାର ଅର୍ଥ ମଧ୍ୟ ଚାଷୀଙ୍କ ଖାତାକୁ ପଠାଯାଇଛି। ତେଣୁ ଚାଷୀମାନେ ଚିନ୍ତା ନ କରିବାକୁ ସେ କହିଥିଲେ। ରାଜ୍ୟ ସରକାର ମରୁଡ଼ି ପ୍ରଭାବିତ ଅଞ୍ଚଳର ଯୋଗ୍ୟ ଚାଷୀଙ୍କୁ ଦୀପାବଳି ପୂର୍ବରୁ ୫ ହଜାର ଟଙ୍କା ଲେଖାଏଁ ଆଗୁଆ ସହାୟତା ଦେବାକୁ ଅନୁମୋଦନ କରିଛନ୍ତି। ଫସଲ କ୍ଷୟକ୍ଷତିର ଆକଳନ ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ଚାଷୀଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଅନ୍ୟପକ୍ଷରେ, ପିଏମ୍‌-କିଷାନ ସମ୍ମାନ ନିଧି ଯୋଜନାରେ ଯୋଗ୍ୟ ଚାଷୀ ପରିବାରଙ୍କୁ ବର୍ଷକୁ ୬ ହଜାର ଟଙ୍କା ତିନିଟି କିସ୍ତିରେ ଦିଆଯାଉଛି।

Noida Airport: ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’

ମୋଦୀ କହିଥିଲେ ଯେ ଚାଷୀମାନେ ଦେଶକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସେମାନଙ୍କ ସଙ୍କଟ ସମୟରେ ସମାଜର ସମସ୍ତ ବର୍ଗ ସହଯୋଗର ହାତ ବଢ଼ାଇବା ଉଚିତ। ଦେଶର ବିକାଶ ପାଇଁ ରାସ୍ତା, ରେଳପଥ, ବିମାନବନ୍ଦର, ମେଟ୍ରୋ, ବିଦ୍ୟୁତ୍‌, ପାନୀୟ ଜଳ ଓ ଗ୍ୟାସ୍‌ ଯୋଗାଣ ଭଳି ଭିତ୍ତିଭୂମିର ବିକାଶ ସହ ଗରିବଙ୍କ ଜୀବନଧାରଣର ମାନ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ, ମୋଦୀ ଏହି ଅବସରରେ ପୁଣେର ୨୩.୨ କିଲୋମିଟର ଦୀର୍ଘ ଉଚ୍ଚସ୍ତରୀୟ ମେଟ୍ରୋ ଲାଇନ୍‌-୩ର ଉଦ୍‌ଘାଟନ କରିଥିଲେ। ୮,୩୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଟ୍ରୋ ଲାଇନ୍‌ରେ ୨୩ଟି ଷ୍ଟେସନ୍‌ ରହିଛି। ଏହା ପୁଣେର ଆଇଟି କେନ୍ଦ୍ର ହିଞ୍ଜେୱାଡ଼ିକୁ ଶିବାଜୀନଗର ସହ ସଂଯୋଗ କରିବ। ଆସନ୍ତାକାଲି ସକାଳ ୬ଟାରୁ ଏହି ମାର୍ଗରେ ଯାତ୍ରୀସେବା ଆରମ୍ଭ ହେବାକୁ ଥିବା ବେଳେ ଏହାର ଟ୍ରେନ୍‌ଗୁଡ଼ିକୁ ମହିଳା ଚାଳକମାନେ ପରିଚାଳନା କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.