Nayara Increases Petrol Prices: ପେଟ୍ରୋଲ୍‌ ଦର ବଢ଼ାଇଲା ନାୟରା

3 weeks ago 9
ARTICLE AD BOX

ଭୋପାଳ : ନାୟରା ଏନର୍ଜି ଏହାର ପେଟ୍ରୋଲ୍‌ ପମ୍ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛି । କମ୍ପାନି ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଦର ୩ ଟଙ୍କା ବୃଦ୍ଧି କରିଛି । ନୂଆ ଦର ଶନିବାରଠାରୁ ଲାଗୁ ହୋଇଛି । ଦରବୃଦ୍ଧି ପରେ ଭୋପାଳରେ ନାୟରା ପମ୍ପରେ ପେଟ୍ରୋଲ ଲିଟର ପିଛା ୧୧୯.୫୪ ଟଙ୍କା ଓ ଡିଜେଲ ୧୦୩.୬୪ ଟଙ୍କାରେ ବିକ୍ରି ହେଉଛି । ଅଶୋଧିତ ତୈଳ ଦରବୃଦ୍ଧି ଓ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବାର ପ୍ରଭାବରେ ନାୟରା ଦର ବଢ଼ାଇଥିବା ଜଣାପଡ଼ିଛି ।

ନାୟରାର ଏହି ଦରବୃଦ୍ଧି ପରେ ମଧ୍ୟ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ନାୟରା ପମ୍ପରେ ଦର ବଢ଼ିବା ଫଳରେ ଗାଡ଼ି ଚାଳକଙ୍କ ଇନ୍ଧନ ଖର୍ଚ୍ଚ ବଢ଼ିବ । ବିଶେଷକରି ନିୟମିତ ଭାବେ ନାୟରା ପମ୍ପରୁ ଇନ୍ଧନ ନେଉଥିବା ଗ୍ରାହକଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ିବ ।

Murder accuse arrested: ଅଶୋକ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଚଳିତ ବର୍ଷ ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦରରେ ହୋଇଥିବା ବୃଦ୍ଧି ବିଚାରକୁ ନେଇ ପ୍ରଥମ ତୈଳ କମ୍ପାନି ଭାବେ ନାୟରା ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଥିଲା । ଗତ ମାର୍ଚ୍ଚ ୨୬ରେ ଏହା ପେଟ୍ରୋଲ ଦର ଲିଟରକୁ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ବଢ଼ାଇଥିଲା । ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ଗତ ମେରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟରକୁ ୮ଟଙ୍କା ପର୍ଯ୍ୟନ୍ତ ବଢ଼ାଇଥିଲେ ।

ସାରା ଦେଶରେ ୧,୦୪,୧୩୭ ପେଟ୍ରୋଲ ପମ୍ପ ରହିଛି । ସେଥିରୁ ୯୦ ପ୍ରତିଶତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ପରିଚାଳନା କରୁଛନ୍ତି । ନାୟରାର ୭୧୦୮ ପେ‌ଟ୍ରୋଲ ପମ୍ପ ରହିଛି । କିଛି ଦିନ ତଳେ ନାୟରା ଓ ରିଲାଏନ୍ସ ଜିଓ-ବିପି ପକ୍ଷରୁ ପେଟ୍ରୋଲ ଓ ଡିଜେଲ ବିକ୍ରିର ପରିମାଣ ଉପରେ କଟକଣା ଲଗାଯାଇଥିଲା । ସେହି ଖବର ପ୍ରକାଶ ପାଇବା ପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଥିଲା ଯେ ଘରୋଇ କମ୍ପାନିଗୁଡ଼ିକ ତେଲ ଦର ବିକ୍ରି ଉପରେ କଟକଣା ଲଗାଇ ପାରିବେ ନାହିଁ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.