ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଋତୁ ଶେଷ ଡାଇମଣ୍ଡ ଲିଗ୍ ଫାଇନାଲ୍ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଡାଇମଣ୍ଡ ଲିଗ୍ ଫାଇନାଲ୍ ଆସନ୍ତା ମାସ ୪ ଓ ୫ ତାରିଖରେ ବ୍ରସେଲ୍ସରେ ଅନୁଷ୍ଠିତ ହେବ। ୨ ଥରର ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚଳିତ ଋତୁରେ ୨ ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିଛନ୍ତି। ଦୋହାରେ ଜୁନ୍ ୧୯ ତାରିଖରେ ଆୟୋଜିତ ପ୍ରତିଯୋଗିତାରେ ସେ ୮୫.୬୯ ମିଟର ଜାଭ୍ଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ। ଏହାପରେ ଅଗଷ୍ଟ ୨୧ ତାରିଖରେ ଲୌସାନେରେ ଆୟୋଜିତ ପ୍ରତିଯୋଗିତାରେ ସେ ନିଜ ଥ୍ରୋରେ ଉନ୍ନତି ଆଣି ୮୮.୦୫ ମିଟର ସହ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।
ଚଳିତ ବର୍ଷ ନୀରଜଙ୍କୁ ରୌପ୍ୟ ପଦକ
ଚଳିତ ମାସ ୨୭ ତାରିଖରେ ଜୁରିକ୍ରେ ସେ ଅଂଶଗ୍ରହଣ କରି ନଥିଲେ। ହେଲେ ତାଙ୍କ ପୂର୍ବ ପ୍ରଦର୍ଶନ ଫାଇନାଲ୍ ଖେଳିବା ଲାଗି ପ୍ରର୍ଯ୍ୟାପ୍ତ ହୋଇଥିଲା। ନୀରଜ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୮୫.୮୩ ମିଟର ଜାଭ୍ଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ। ଜୁରିକ୍ରେ ୯୨.୦୭ ମିଟର ଜାଭଲିନ୍ ଫିଙ୍ଗିଥିବା ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପାଥିରାଗେଙ୍କ ସହ ବ୍ରସେଲ୍ସରେ ଆଗରେ ରହିଛନ୍ତି। ତାଙ୍କ ସହ ନୀରଜଙ୍କୁ ଆଣ୍ଡରସନ୍ ପିଟର୍ସ, କେଶୋର୍ନ ୱାଲକଟ୍ ଓ କୁର୍ଟିସ ଥମ୍ପସନ୍ କଡ଼ା ଟକ୍କର ଦେବେ। ୨୦୨୨ରେ ବିଜେତା ହୋଇଥିବା ନୀରଜ ପରବର୍ତ୍ତୀ ୩ ସଂସ୍କରଣରେ ଉପବିଜେତା ହୋଇଥିଲେ। ଏବେ ପୁଣି ନିଜ ଅଭିଜ୍ଞତାକୁ ବ୍ୟବହାର କରି ଡାଇମଣ୍ଡ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି ସେ।
Chess: ଇତିହାସ ରଚିଲେ ପ୍ରଜ୍ଞାନନ୍ଦ: ଗ୍ରାଣ୍ଡ ଚେସ୍ ଟୁର୍ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ

1 hour ago
1


