ARTICLE AD BOX
ରାୟଗଡ଼ା (ଶିବ ପ୍ରସାଦ ଦୋରା): ଓଡ଼ିଶାରେ ସରକାର ଅଢ଼େଇ ବର୍ଷ ହେଲା ବଦଳିଲା ସିନା। ହେଲେ ଆଶା ଯେମିତି ଥିଲା, ସେମିତି ହୋଇ ପାରିଲା ନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ଜନସାଧାରଣ ବିକାଶ ସଂପର୍କିତ ଅନେକ ପ୍ରତିଶ୍ରୁତି ପାଇଥିଲେ। ଇତି ମଧ୍ୟରେ ବର୍ତ୍ତମାନର ସରକାର ଅଢ଼େଇ ବର୍ଷ ହୋଇଗଲା। କିନ୍ତୁ ରାଜ୍ୟର ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଦିନକୁ ଦିନ ଆହୁରି ଶୋଚନୀୟ ହେବାକୁ ଯାଉଛି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ, ପହଞ୍ଚି ପାରୁ ନାହିଁ। ଏଥି ପାଇଁ ଷ୍ଟ୍ରେଚର ଆବଶ୍ୟକ ହେଉଛି। ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀଙ୍କୁ ପ୍ରାୟ ଏକ କିଲୋମିଟର ଦୂର ଯାଏଁ ଷ୍ଟ୍ରେଚରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବୋହିଛନ୍ତି।
ଉପାନ୍ତ ଅଞ୍ଚଳ ବିକାଶ ଖୋଜୁଛି। ବିକାଶର ଅପେକ୍ଷାରେ ରହିଛି। ରାୟଗଡ଼ା ଜିଲ୍ଲାର ସବୁଠାରୁ ଧନୀ ବ୍ଲକ ହେଉଛି କାଶିପୁର। କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତି ହେଉ କି ପ୍ରଶାସନିକ ଅବହେଳା ହେଉ ଏହା ଅବହେଳିତ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି। ଏଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି।
ପୁତ୍ର ସନ୍ତାନ ଜନ୍ମ ପରେ ମହିଳା ଗୁରୁତର
କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତର ସରମବାଇ ଗାଁର ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ପ୍ରସବ ପରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାର ଆବଶ୍ୟକତା ପଡ଼ିଥିଲା। ଖବର ପାଇ କାଶୀପୁରରୁ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚିପାରିନଥିଲା। ଅନ୍ୟ ଉପାୟ ନପାଇ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ, ହେଲପର ଅବିରାମ ନାଏକ ଓ ଫାର୍ମାସିଷ୍ଟ ବିନ୍ଦୁ ସାଗର ବାଗ୍ ଷ୍ଟ୍ରେଚର ସାହାଯ୍ୟରେ ଗୁରୁତର ମହିଳାଙ୍କୁ ପ୍ରାୟ ଏକ କିଲୋମିଟର ବୋହି ସରମବାଇ ସ୍କୁଲ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ମହିଳାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଭର୍ତ୍ତି କରାଯାଇଥିଲା।
/filters:format(webp)/sambad/media/media_files/2026/10/20/whatsapp-image-2026-10-20-20-54-38.jpeg)
Rayagada Soldier: ରାୟଗଡ଼ା ଯୁବକ ନାଗାଲାଣ୍ଡରେ ସହିଦ: ଅଙ୍ଗଦାନ କରିଲେ ଭି ତେଜା
୨୦୦ କୋଟିରୁ ଅଧିକ ଗଚ୍ଛିତ
ମହିଳା ଓ ଶିଶୁ ସୁସ୍ଥ ରହିଥିବା ସ୍ବାସ୍ଥ୍ୟ ବିଭାଗର ସୂଚନାରୁ ଜଣାପଡ଼ିଛି। କାଶିପୁର ବ୍ଲକରୁ ସବୁଠୁ ଅଧିକା ଖଣିଜ ପାଣ୍ଠି ଆଦାୟ ହୋଇଥାଏ। ବର୍ତ୍ତମାନ ପାଖାପାଖି ୨୦୦ କୋଟିରୁ ଊର୍ଦ୍ଧ ଟଙ୍କା ଗଛିତ ହୋଇ ରହିଛି। କିନ୍ତୁ ଗତ ୨ ବର୍ଷ ହେଲା ଜିଲ୍ଲା ଖଣିଜ ପାଣ୍ଠିକୁ ଠିକ ରୂପେ ବିନିଯୋଗ କରାଯାଇ ପାରୁନାହିଁ। ପୂର୍ବରୁ ମଧ୍ୟ ଯେଉଁ ୭୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି କାଶିପୁର ବ୍ଲକକୁ ସୁବିଧା ପ୍ରଦାନ କରିବାରେ ସହାୟତା ହୋଇପାରିନି।

1 week ago
5


