ARTICLE AD BOX
କାଠମାଣ୍ଡୁ: ଆକସ୍ମିକ ବନ୍ୟାରେ ପ୍ରାୟ ୬୦୦ ଲୋକଙ୍କ ମୃତ୍ୟୁ ଏବଂ ୧,୦୦୦ରୁ ଅଧିକ ଲୋକ ନିଖୋଜ ହେବା ପରେ ନେପାଳରେ ବର୍ତ୍ତମାନ ଭୋଟେକୋଶୀ ଓ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ମିଳୁଥିବା ମୃତଦେହଗୁଡ଼ିକୁ ସଂରକ୍ଷଣ ଓ ଚିହ୍ନଟ କରିବା ପାଇଁ ସଂଘର୍ଷ ଆରମ୍ଭ ହୋଇଯାଇଛି। ନଦୀର ନିମ୍ନଭାଗରେ ଲଗାତାର ମୃତଦେହ ଭାସି ଆସୁଥିବାରୁ ନେପାଳର ବିଭିନ୍ନ ଜିଲ୍ଲାର ଶବଗୃହ ଗୁଡ଼ିକ ଭର୍ତ୍ତି ହୋଇ ସାରିଛି।
ଶବ ରଖିବାପାଇଁ ଆଉ ଜାଗା ନାହିଁ। କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ ଭୋଟେକୋଶୀ ବନ୍ୟାରେ ଭାସିଯାଇଥିବା ମୃତଦେହଗୁଡ଼ିକ କେନ୍ଦ୍ରୀୟ ନେପାଳର ନୁୱାକୋଟ, ଚିତୱନ, ତନାହୁନ ଓ ନୱଲପରାସୀ ସମେତ ବିଭିନ୍ନ ଅଞ୍ଚଳରୁ ଉଦ୍ଧାର ହୋଇଛି। କେତେକ ଜିଲ୍ଲାର ସ୍ଥାନୀୟ ହସ୍ପିଟାଲରେ ସ୍ଥାନ ନଥିବାରୁ ମୃତଦେହଗୁଡ଼ିକୁ ଅନ୍ୟତ୍ର ପଠାଇବାକୁ ପଡ଼ିଛି। ଆହୁରି ମୃତଦେହ ମିଳିଲେ ସେଗୁଡ଼ିକୁ ରଖିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା ମଧ୍ୟ କରାଯାଉଛି।
ଚିତୱନ ଏବେ ମୃତଦେହ ଉଦ୍ଧାରର ଏକ ପ୍ରମୁଖ ସ୍ଥାନ ପାଲଟିଛି। ଗୁରୁବାର ସକାଳ ୯ଟା ୩୦ ସୁଦ୍ଧା ଫିଶଲିଙ୍ଗରୁ ଗୋଲାଘାଟ ପର୍ଯ୍ୟନ୍ତ ତ୍ରିଶୂଳୀ ଓ ନାରାୟଣୀ ନଦୀର ଚିତୱନ ଅଂଶରୁ ୧୩୭ଟି ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ଶବଗୃହଗୁଡ଼ିକ ଏକ ସମୟରେ କେବଳ ପ୍ରାୟ ୩୦ରୁ ୫୦ଟି ମୃତଦେହ ରଖିବାର କ୍ଷମତା ଥିବାରୁ ଅଧିକାରୀମାନେ ଭରତପୁରରେ ଏକ ବ୍ୟବହାର ହେଉନଥିବା ସରକାରୀ ଭବନକୁ ଅସ୍ଥାୟୀ ମୃତଦେହ ସଂରକ୍ଷଣ କେନ୍ଦ୍ରରେ ପରିଣତ କରିଛନ୍ତି।
Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା
ମୃତଦେହଗୁଡ଼ିକର ପଚନ ପ୍ରକ୍ରିୟା ମନ୍ଥର କରିବା ପାଇଁ ଏୟାର କଣ୍ଡିସନର ଓ ଡ୍ରାଇ ଆଇସ୍ ବ୍ୟବହାର କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ସ୍ଥାନୀୟ ଶିଳ୍ପ ଓ ବ୍ୟବସାୟିକ ସଂଗଠନଗୁଡ଼ିକ ଡ୍ରାଇ ଆଇସ୍ ବ୍ୟବସ୍ଥା କରିବାରେ ସହଯୋଗ କରିବାକୁ ରାଜି ହୋଇଛନ୍ତି। ଯଦି ଏହି ଅସ୍ଥାୟୀ କେନ୍ଦ୍ର ମଧ୍ୟ ପୂର୍ଣ୍ଣ ହୋଇଯାଏ, ତେବେ ଦେବଘାଟର ବିଦ୍ୟୁତ ଶବଦାହ କେନ୍ଦ୍ରକୁ ବିକଳ୍ପ ଭାବେ ବ୍ୟବହାର କରାଯିବ। ଗୁରୁବାର ସୁଦ୍ଧା ୯୩ଟି ମୃତଦେହ ପୋଖରାକୁ ଆଣାଯାଇଛି।

52 minutes ago
1


