New indigenous device: ପାଣିର ସ୍ବାସ୍ଥ୍ୟ ପରଖିବ ନୂଆ ସ୍ବଦେଶୀ ଉପକରଣ

1 week ago 3
ARTICLE AD BOX

ଆମେ ପିଉଥିବା ପାଣି ଆଖିକୁ ନିର୍ମଳ ଦେଖାଗଲେ ମଧ୍ୟ ଅନେକ ସମୟରେ ଏଥିରେ ଆମର କ୍ଷତି କରୁଥିବା ଉପାଦାନ ରହିଥାଏ। ନିକଟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି), ଗୌହାଟିର ଗବେଷକମାନେ ଏକ ଅପ୍‌ଟିକାଲ୍‌ ସେନ୍‌ସିଂ ଡିଭାଇସ୍‌ ବା ଉପକରଣ ବିକଶିତ କରିଛନ୍ତି, ଯାହା ପାଣିରେ ଥିବା ବିଭିନ୍ନ ବିଷାକ୍ତ ଉପାଦାନକୁ ଚିହ୍ନଟ କରିପାରିବ। କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିସନ୍‌ ସହଭାଗିତାରେ ପ୍ରସ୍ତୁତ ହୋଇଥିବା ଏହି ଡିଭାଇସ୍‌ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିପାରିବ। ଜଳ ଜୀବନ ମିସନ୍‌ ଜରିଆରେ ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଥାଏ। ତେବେ ଏହି ପାଣି ତଥା ବିଭିନ୍ନ ଜଳଉତ୍ସରେ ପାଣିର ଗୁଣବତ୍ତା ବଜାୟ ରଖିବା ଏକ ଚ୍ୟାଲେଞ୍ଜ୍‌ ହୋଇ ରହିଛି। କାରଣ ଏଥିରେ ଭାରୀ ଧାତୁ ଏବଂ ଅନ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ ଥାଇପାରନ୍ତି। ଏହାର ମୁକାବିଲା ପାଇଁ ଗବେଷକ ଦଳ ଇ-ଆଇ ପୋର୍ଟେବଲ୍‌ ପଏଣ୍ଟ୍‌-ଅଫ୍‌-କେୟାର୍‌ ନାମକ ଏହି ପରୀକ୍ଷଣ ଡିଭାଇସ୍‌ ବିକଶିତ କରିଛନ୍ତି। 

Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍‌ ଆମ୍ବାସଡର୍‌

ଏହା ଏକ ଇଲେକ୍ଟ୍ରୋନିକ୍‌ ଆଖି ଭାବେ କାର୍ଯ୍ୟ କରି ପାଣିରୁ ବିଷାକ୍ତ ପଦାର୍ଥ ଚିହ୍ନଟ କରେ। ଏହି ଡିଭାଇସ୍‌ ରେକର୍ଡ କରିଥିବା ତଥ୍ୟ ଆଧାରରେ ଜଳକୁ ବିଶୁଦ୍ଧ କରାଯାଇପାରିବ। ଏହି ଗବେଷଣାର ନିଷ୍କର୍ଷ ପ୍ରତିଷ୍ଠିତ ‘ଆଇଇଇ ସେନ୍‌ସର୍ସ’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଛି, ଯାହାକୁ ପ୍ରଫେସର୍‌ ତାପସ କେ. ମଣ୍ଡଳ, ପ୍ରଫେସର ହର୍ଷଲ୍‌ ବି. ନେମାଡ଼େ, ଶ୍ରୀକାନ୍ତ କଶ୍ୟପ, ସ୍ମୃତି ସଚାନ, ନେହା ମାଜି ଓ ହୁମାୟୁନ କବୀର ପ୍ରମୁଖ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ବରର କିଟ୍‌ ବିଶ୍ବବିଦ୍ୟାଳୟର ମୈତ୍ରେୟୀ ଭୂୟାଁ ମଧ୍ୟ ଏହି ଟିମ୍‌ରେ ଅଛନ୍ତି।

ଇ-ଆଇ ଏକ ରାସାୟନିକ ପ୍ରତିକ୍ରିୟା ଜରିଆରେ କାର୍ଯ୍ୟ କରିଥାଏ, ଯାହା ଏକ ରଙ୍ଗିନ ଯୌଗିକ ଉପାଦାନ ସୃଷ୍ଟି କରେ। ଡିଭାଇସ୍‌ଟି ଯେଉଁଠାରେ ରଙ୍ଗର ତୀବ୍ରତା ଅଧିକ ଦେଖାଏ, ସେଠାକାର ପାଣି ଅଧିକ ବିଷାକ୍ତ। ଡିଭାଇସ୍‌ଟି ପାଣିର ବିଶ୍ଳେଷଣ କରି ସେନ୍‌ସର୍‌ ଆଉଟ୍‌ପୁଟ୍‌କୁ ଡିଜିଟାଲ୍‌ ଡାଟାରେ ରୂପାନ୍ତର କରେ। ବିଷାକ୍ତ ପଦାର୍ଥର ଘନତା ଅନୁସାରେ ପାଣିକୁ ବିଶୁଦ୍ଧ କରିବା ସହଜ ହୁଏ। ପାରମ୍ପରିକ ଜଳର ପରୀକ୍ଷା ତୁଳନାରେ ଏହା ମଧ୍ୟ ଖୁବ୍‌ ଶସ୍ତା। ଗୌହାଟି ଆଇଆଇଟିର ରାସାୟନିକ ଇଞ୍ଜିନିୟରିଂ ବିଭାଗ ପ୍ରଫେସର୍‌ ତାପସ କେ. ମଣ୍ଡଳ କହନ୍ତି, ‘ଏହି ଉପକରଣଟି ପାଣିରେ ଥିବା ଆର୍ସେନିକ୍‌, ସୀସା, ଲୁହା, କ୍ରୋମିୟମ୍‌, ଫ୍ଲୋରାଇଡ୍‌ ଓ ଏସ୍‌ଚେରିଚିଆ କୋଲାଇ ଜୀବାଣୁ ଭଳି ବିଷାକ୍ତ ପଦାର୍ଥକୁ ଚିହ୍ନଟ କରିପାରେ।’ ଇ-ଆଇ ଡିଭାଇସ୍‌ ପାଖରେ ରଖି ଆପଣ ମଧ୍ୟ ପାଣିର ଶୁଦ୍ଧତା ପରୀକ୍ଷଣ କରିପାରିବେ। ଏହାର ମୂଲ୍ୟ ପ୍ରାୟ ୩୫୦୦ ଟଙ୍କା ରଖାଯାଇଛି। ସେହିପରି ଏଥିରେ ପ୍ରତି ନମୁନା ପରୀକ୍ଷା ପାଇଁ ଏବେ ମାତ୍ର ୨ ଟଙ୍କା ଖର୍ଚ୍ଚ ହେଉଛି। ବଡ଼ ଶିଳ୍ପ ସଂସ୍ଥା ଏହାର ଉତ୍ପାଦନ କଲେ ଡିଭାଇସ୍‌ର ମୂଲ୍ୟ ଆହୁରି କମି ପାରିବ। ଜଳର ଗୁଣବତ୍ତା ମନିଟରିଂ ବ୍ୟତୀତ ଏହି ଡିଭାଇସ୍‌ ପରିବେଶଗତ ନମୁନା, ଜୈବିକ ନମୁନା, ପନିପରିବା, ଖାଦ୍ୟ ଉତ୍ପାଦ, ଚା’, ଔଷଧୀୟ ଉତ୍ପାଦ, ମାଟି ଓ କ୍ଷୀରରେ ଥିବା ବିଷାକ୍ତ ପଦାର୍ଥର ବିଶ୍ଳେଷଣ ବି କରି ପାରିବ।

Monsoon 2026: ପୁଣି ସକ୍ରିୟ ହେବ ମୌସୁମୀ: ଆଜିଠୁ ପୂର୍ବ ଭାରତରେ ବଢ଼ିବ ବର୍ଷା

ସୂଚନା ଅନୁସାରେ, ଗବେଷକ ଦଳ ବିକଶିତ ଉପକରଣ ସହ ୨୭୦୦ରୁ ଅଧିକ ନମୁନା ପରୀକ୍ଷା କରି ଠିକ୍‌ ଫଳାଫଳ ରେକର୍ଡ କରିସାରିଛନ୍ତି। ଏ ସମ୍ପର୍କରେ ଆଇଆଇଟି, ଗୌହାଟିର ଇଲେକ୍ଟ୍ରୋନିକ୍‌ସ ଓ ବୈଦ୍ୟୁତିକ ଇଞ୍ଜିନିୟରିଂ ବିଭାଗ ପ୍ରଫେସର୍‌ ହର୍ଷଲ୍‌ ବି. ନେମାଡ଼େ କହନ୍ତି, ‘‘ବିଭିନ୍ନ ସରକାରୀ ବିଭାଗ, ଶିଳ୍ପ ତଥା ଘରୋଇ ଉଦ୍ୟୋଗଗୁଡ଼ିକରେ ଇ-ଆଇ ପ୍ରୟୋଗ କରାଯାଇପାରିବ। ଏହା ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ଏଜେନ୍‌ସିଗୁଡ଼ିକୁ ଜଳର ଗୁଣବତ୍ତା ମନିଟରିଂ ଦିଗରେ ସହାୟତା କରିବ। ଇଲେକ୍ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଅନୁଦାନ କ୍ରମେ ଏହି ପ୍ରଯୁକ୍ତିବିଦ୍ୟାର ବ୍ୟବସାୟୀକରଣ ପାଇଁ ଇନ୍‌ଭିଓନିକ୍ସ ଲ୍ୟାବ୍‌ସ ନାମକ ଷ୍ଟାର୍ଟଅପ୍‌କୁ ଦାୟିତ୍ବ ଦିଆଯାଇଛି।’’

Read Entire Article
LEFT SIDEBAR AD

Hidden in mobile, Best for skyscrapers.