ARTICLE AD BOX
ଭଦ୍ରକ (ହରିୖୖହର ନାୟକ): ଶ୍ରମିକଙ୍କ ସୁରକ୍ଷା ଓ ସରକାରୀ ସେବା ଯୋଗାଣର ସୁଲଭତା ନିମନ୍ତେ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ବାସୁଦେବପୁରରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଦାବି ହେଉଥିଲା। ଶେଷରେ ଏହି ଦାବି ପୂରଣ ହୋଇଛି। ଏହି ଦୁଇଟି ସ୍ଥାନରେ ଦୁଇଟି ନୂତନ ସହାୟକ ଶ୍ରମ ଅଧିକାରୀ (ଏଏଲ୍ଓ) କାର୍ଯ୍ୟାଳୟ ନିମନ୍ତେ ୫୦ ଡିସମିଲ ଲେଖାଏଁ ଜମି ଚିହ୍ନଟ ହୋଇଛି। ଅଗ୍ରୀମ ଦଖଲ ଅନୁମତି ମିଳିଛି। ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରି ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି।
Labour Officer Arrested ଠିକାଦାରଠୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମଅଧିକାରୀ ଗିରଫ
ପ୍ରାପ୍ତ ସୂଚନା ଅନୁଯାୟୀ, ତିହିଡ଼ି ବ୍ଲକ ଅନ୍ତର୍ଗତ ଗୋଲାପୋଖରୀ ମୌଜାର ଖାତା ନଂ ୪୨୦ ଓ ପ୍ଲଟ୍ ନଂ ୪୦୨ରେ ଥିବା ୫୦ ଡିସମିଲ ଗୋଚର ଜମିରେ ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ସେହିପରି ବାସୁଦେବପୁର ସହରାଞ୍ଚଳର ଗୋପାଳପୁର ମୌଜାର ଖାତା ନଂ ୨୯୭ ଓ ପ୍ଲଟ୍ ନଂ ୬୭୦/୧୬୦୪ରେ ଥିବା ୫୦ ଡିସମିଲ ପତିତ ଜମିକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଅଗ୍ରୀମ ଦଖଲ ଅନୁମତି ମିଳିଛି।
Child Labour Task Force Meeting ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରୀକ୍ଷଣ କମିଟି ଓ ଟାସ୍କଫୋର୍ସ ବୈଠକ
ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗ ଅଧୀନରେ ଏହି ଦୁଇଟି କାର୍ଯ୍ୟାଳୟ ନିର୍ମାଣ କରାଯିବ। ସୂଚନା ଅନୁଯାୟୀ, ୨୦୨୬ ମେ’ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଗୁଡ଼ିକର ଭୂମିପୂଜା କରିଥିଲେ। ପ୍ରତ୍ୟେକ ସ୍ଥାନରେ ପୃଥକ ଭାବେ ଭୂମିପୂଜା ଆୟୋଜନ ନକରି ନିର୍ମାଣ ଶେଷ ହେବା ପରେ କୋଠାରେ ଭୂମିପୂଜା ସମ୍ପର୍କିତ ଫଳକ ଲଗାଯିବାକୁ ନିର୍ଦ୍ଦେଶ ରହିଛି।
Migrant Labour Crisis ସପ୍ତାହରେ ତିନି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଏପଟେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଏଡ଼ାଇବା ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବା ସହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।

3 hours ago
7


