Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_a0oju310srpcocinfb3nd3gmer, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
New Rules: ସେପ୍ଟେମ୍ବର ୧ରୁ ବଦଳିବ ୭ଟି ବଡ଼ ନିୟମ - CGPT.IN

New Rules: ସେପ୍ଟେମ୍ବର ୧ରୁ ବଦଳିବ ୭ଟି ବଡ଼ ନିୟମ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଅଗଷ୍ଟ ମାସ ଶେଷ ହେବା ସହିତ ସେପ୍ଟେମ୍ବର ୧ରୁ ଦୈନନ୍ଦିନ ଜୀବନ ଓ ଆର୍ଥିକ କାରବାର ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହେବ। ଏହାର ପ୍ରଭାବ ଏଲପିଜି ଗ୍ରାହକ, ଆୟକରଦାତା, ବିଦେଶ ଯାତ୍ରୀ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ ଏବଂ ଏଫଡି କରୁଥିବା ଲୋକଙ୍କ ଉପରେ ପଡ଼ିପାରେ। ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଥିବା ପ୍ରମୁଖ ପରିବର୍ତ୍ତନଗୁଡ଼ିକ ଜାଣନ୍ତୁ।

ଲାଗୁ ହେବାକୁ ଥିବା ପ୍ରମୁଖ ପରିବର୍ତ୍ତନ

୧. ବୋର୍ଡିଂ ପାସ୍‌ରେ ଇମିଗ୍ରେସନ୍ ଷ୍ଟାମ୍ପ ନାହିଁ

ବିଦେଶ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ଇମିଗ୍ରେସନ୍ ପ୍ରକ୍ରିୟାରେ ପରିବର୍ତ୍ତନ । ସେପ୍ଟେମ୍ବର ୧ରୁ ବୋର୍ଡିଂ ପାସ୍‌ରେ ଇମିଗ୍ରେସନ୍ ଷ୍ଟାମ୍ପ ଲଗାଇବାର ଆବଶ୍ୟକତା ରହିବ ନାହିଁ। ଯାତ୍ରୀମାନେ ମୋବାଇଲ୍ କିମ୍ବା ପ୍ରିଣ୍ଟେଡ୍ କପିରେ ଇ-ବୋର୍ଡିଂ ପାସ୍ ଦେଖାଇ ପ୍ରକ୍ରିୟା ସମ୍ପନ୍ନ କରିପାରିବେ।

୨. ଏଲପିଜି ଗ୍ରାହକଙ୍କ ପାଇଁ ଇକେୱାଇସି
ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଗୁରୁତ୍ୱପୂର୍ଣ୍ଣ। ଇଣ୍ଡିଆନ୍ ଅଏଲ୍, ବିପିସିଏଲ ଓ ଏଚପିସିଏଲ ଭଳି ତୈଳ ବିପଣନ କମ୍ପାନି ସହିତ ଜଡ଼ିତ ଗ୍ରାହକଙ୍କୁ ଏଲପିଜି କନେକ୍ସନ୍ ପାଇଁ ଇକେୱାଇସି ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ସମୟସୀମା ମଧ୍ୟରେ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚ ନକଲେ ସବସିଡି କିମ୍ବା ସିଲିଣ୍ଡର ଯୋଗାଣ ପ୍ରଭାବିତ ହୋଇପାରେ।

୩. ଏଲପିଜି, ସିଏନଜି, ପିଏନଜି ଓ ଏଟିଏଫ ଦରରେ ପରିବର୍ତ୍ତନ
ପ୍ରତି ମାସର ପ୍ରଥମ ଦିନ ଭଳି ସେପ୍ଟେମ୍ବର ୧ରେ ତୈଳ ବିପଣନ କମ୍ପାନିଗୁଡ଼ିକ ଏଲପିଜି ଦର ସମ୍ପର୍କରେ ନୂଆ ଘୋଷଣା କରିବେ। ଏହା ସହିତ ଏଟିଏଫ, ସିଏନଜି ଓ ପିଏନଜି ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏଟିଏଫ ଦର ବଦଳିଲେ ଏହାର ପ୍ରଭାବ ବିମାନ ଭଡ଼ା ଉପରେ ମଧ୍ୟ ପଡ଼ିପାରେ।

୪. ଏଟିଆର ଦାଖଲ ସମୟସୀମା
ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ କରୁଥିବା ଏବଂ ଅଡିଟ୍ ଆବଶ୍ୟକ ନଥିବା କିଛି କରଦାତାଙ୍କ ପାଇଁ ୨୦୨୬-୨୭ ମୂଲ୍ୟାଙ୍କନ ବର୍ଷର ଏଟିଆର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୩୧। ତେଣୁ ଯୋଗ୍ୟ କରଦାତାମାନେ ସମୟସୀମା ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ।

୫. କ୍ରେଡିଟ୍ କାର୍ଡ ରିୱାର୍ଡରେ ପରିବର୍ତ୍ତନ
ସେପ୍ଟେମ୍ବର ୧ରୁ ଆମେରିକାନ୍ ଏକ୍ସପ୍ରେସ୍‌ର ପ୍ଲାଟିନମ୍ ଟ୍ରାଭେଲ୍ କ୍ରେଡିଟ୍ କାର୍ଡରେ କିଛି ମାଇଲଷ୍ଟୋନ୍ ରିୱାର୍ଡରେ ପରିବର୍ତ୍ତନ ହେବ। ଏହାସହ ଅନ୍ୟ କିଛି ବ୍ୟାଙ୍କ ମଧ୍ୟ କ୍ରେଡିଟ୍ କାର୍ଡର ନିୟମ ଓ ସର୍ତ୍ତରେ ପରିବର୍ତ୍ତନ କରିଛନ୍ତି।

୬. ଚିନି ଷ୍ଟକ୍ ଉପରେ କଟକଣା
ଚିନି ଦର ନିୟନ୍ତ୍ରଣ ପାଇଁ ବଲ୍କ ଚିନି କ୍ରେତାଙ୍କ ଉପରେ ଷ୍ଟକ୍ ସୀମା ଲାଗୁ ହେବ। ସେପ୍ଟେମ୍ବର ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି କଟକଣା ରହିବ। ମାସକୁ ୧୦ ମେଟ୍ରିକ୍ ଟନ୍‌ରୁ ଅଧିକ ଚିନି ବ୍ୟବହାର କରୁଥିବା ବ୍ୟବସାୟୀମାନେ ସର୍ବାଧିକ ୧୫ ଦିନର ଆବଶ୍ୟକତା ଅନୁସାରେ ଷ୍ଟକ୍ ରଖିପାରିବେ।

Modi Government: ସରକାର ନିଜେ ଦୁର୍ନୀତି କରୁଛନ୍ତି: ମୋଦୀ ସରକାରଙ୍କ ଉପରେ ବର୍ଷିଲେ ମୁରଲୀ ମନୋହର ଯୋଶୀ

୭. ବଡ଼ ଏଫଡ଼ି ଉପରେ ସୁଧ ହାର ପ୍ରକାଶ
ବ୍ୟାଙ୍କର ବଡ଼ ସ୍ଥାୟୀ ଜମା ବା ବଲ୍କ ଏଫଡ଼ି  ଉପରେ ଅଧିକ ସ୍ୱଚ୍ଛତା ଆଣିବାକୁ ନୂଆ ନିୟମ ଆସୁଛି। ୩ କୋଟି କିମ୍ବା ତା’ଠାରୁ ଅଧିକ ବଲ୍କ ଏଫଡି ଉପରେ ସୁଧ ହାର ସମ୍ପର୍କିତ ସୂଚନା ବ୍ୟାଙ୍କଗୁଡ଼ିକୁ ପ୍ରକାଶ କରିବାକୁ ପଡ଼ିବ। ଏହା ଦ୍ୱାରା ବଡ଼ ଜମାକାରୀମାନେ ସୁଧ ହାର ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ପାଇପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.