ARTICLE AD BOX
ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭ୍ରମଣକାରୀ ଭାରତ ୩-୦ରେ ଆଗୁଆ ଜିତି ସାରିଛି। ଚତୁର୍ଥ ମୁକାବିଲା ଶୁକ୍ରବାର ଖେଳାଯିବାକୁ ଥିଲା ବେଳେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛି। ବ୍ୟାଟିଂରେ ଦୃଢ଼ତା ରଖିବା ପାଇଁ ଭାରତ ଏପର୍ଯ୍ୟନ୍ତ ଅଷ୍ଟମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟର୍ଙ୍କୁ ନେଇ ଖେଳୁଛି। ତେଣୁ କୁଲଦୀପ ଓ ବରୁଣଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି। ଭାରତର ଏହି ରଣନୀତି ବି ସଫଳ ହୋଇଛି। ଶୃଙ୍ଖଳା ଜିତି ସାରିବାରୁ ଶେଷ ଦୁଇ ମ୍ୟାଚ୍ରେ ଦଳ ପରୀକ୍ଷାନିରୀକ୍ଷା କରିପାରେ। ମଧ୍ୟଭାଗ ଓଭରରେ କୁଲଦୀପ ଭଲ କରୁଥିବାରୁ ସୁଯୋଗ ନ ମିଳିଲେ ତାଙ୍କ ଆତ୍ମବିଶ୍ବାସ ଉପରେ ପ୍ରଭାବ ପଡ଼ିପାରେ। ବ୍ୟାଟିଂ ଉପରେ ସାଲିସ କରି ତାଙ୍କୁ ଅକ୍ଲାଣ୍ଡରେ ଭାରତ ସୁଯୋଗ ଦେଇପାରେ। କିନ୍ତୁ ଗତ ମ୍ୟାଚ୍ଗୁଡ଼ିକରେ ସ୍ପିନ୍ ଅଲ୍ରାଉଣ୍ଡର ଭାବେ ଖେଳିଥିବା ନମନ ଧୀର ବୋଲିଂ ପାଇନାହାନ୍ତି। ସ୍ପିନ୍ ଅଲ୍ରାଉଣ୍ଡର ଅକ୍ଷର ପଟେଲ ବୋଲିଂ ସୁଯୋଗ ପାଇଥିଲେ ମଧ୍ୟ ଇକୋନୋମି ୯.୫୮ ରହିଛି। ବହୁ ଦିନ ପରେ ଦଳକୁ ଫେରିଥିବା ଭୁବନେଶ୍ୱର କୁମାର ମଧ୍ୟ ପ୍ରଭାବଶୂନ୍ୟ ରହୁଛନ୍ତି। ମୟଙ୍କ ଯାଦବଙ୍କ ବଦଳରେ ପ୍ରିନ୍ସ ଯାଦବ ସୁଯୋଗ ପାଇଥିଲେ ସେମିତି କିଛି କରି ପାରିନାହାନ୍ତି। ତେଣୁ ମୟଙ୍କ ଫେରିବାର ସମ୍ଭାବନା ରହିଛି। ସେହିପରି ଆହତ ଯୋଗୁଁ ଗତ ୨ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ଈଶାନ କିଶାନ ସୁସ୍ଥ ହୋଇ ନଥିବାରୁ ଫେରିବା ସମ୍ଭାବନା କମ୍ ରହିଛି। ତେଣୁ ପୂର୍ବ ଭଳି ବୈଭବ ପୁଣି ଥରେ ସୁଯୋଗ ପାଇବେ। ନୀତୀଶ ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ଖେଳାଇବା ନେଇ ମଧ୍ୟ ଦଳ ଭାବୁଛି।
ଅନ୍ୟପକ୍ଷରେ ଭାରତର ଆକ୍ରମଣ ବ୍ୟାଟିଂକୁ ନେଇ ନ୍ୟୁଜିଲାଣ୍ଡ ଚିନ୍ତାରେ ରହିଛି। ଅଧିନାୟକ ମିଚେଲ ସାଣ୍ଟନର କେବଳ ଭଲ କରୁଥିଲା ବେଳେ ଅନ୍ୟ ବୋଲରମାନେ ଆଶାନୁଯାୟୀ ପ୍ରଦର୍ଶନ ଦେଇ ପାରୁନାହନ୍ତି। ଏହା ଭିତରେ ମ୍ୟାଟ୍ ହେନରି ଓ ଲୋକି ଫର୍ଗୁସନ ଆହତ ଯୋଗୁଁ ଦଳରୁ ବାଦ୍ ପଡ଼ିବା ଦଳକୁ ଆଉ ଏକ ଝଟକା ଦେଇଛି। ତଥାପି ଘରୋଇ ଦଳ ଚତୁର୍ଥ ଟ୍ବେଣ୍ଟି-୨୦ ଜିତି ପ୍ରତ୍ୟାବର୍ତ୍ତନ କରିବା ଆଶାରେ ରହିଛି।
ଭାରତ (ସମ୍ଭାବ୍ୟ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍ (ୱିକେଟ୍ରକ୍ଷକ), ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନୀତୀଶ କୁମାର ରେଡ୍ଡୀ/ଶିବମ ଦୁବେ, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ, ନମନ ଧୀର, ଭୁବନେଶ୍ବର କୁମାର, ପ୍ରିନ୍ସ ଯାଦବ/ମୟଙ୍କ ଯାଦବ , ଅର୍ଶଦୀପ ସିଂହ।
ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ଏକାଦଶ): ଫିନ୍ ଆଲେନ, ଟିମ୍ ସେଫର୍ଟ (ୱିକେଟ୍କିପର), ବେଭନ ଜାକବ୍ସ/ଡେଭନ କନୱେ, ଗ୍ଲେନ୍ ଫିଲିପ୍ସ, ଡାରିଲ ମିଚେଲ, ମାଇକେଲ ବ୍ରେସ୍ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ୍, କାଇଲ ଜାମିସନ, ଆଦମ ମିଲ୍ନେ, ଜାକବ ଡଫି।
ଅବିଶ୍ରାନ୍ତ ବର୍ଷା: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ରଟିଙ୍ଗିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

57 minutes ago
2


