Nirbhaya Plan for Sambalpur ସମ୍ବଲପୁରରେ ‘ନିର୍ଭୟା’: ୮୦୦ ସିସିଟିଭି କ୍ୟାମେରା, ୧୫ଟି ଜରୁରୀକାଳୀନ ଯାନ ଓ ୪୦ଟି ଇ-ରିକ୍ସାର ପ୍ରସ୍ତାବ

2 weeks ago 4
ARTICLE AD BOX

ଭୁବନେଶ୍ୱର: ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ ଅଧୀନରେ ସମ୍ବଲପୁରଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 

Pravati Parida: ସମ୍ପୂର୍ଣା ଶ୍ରୀ ମିସନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଏକ ସ୍ୱତନ୍ତ୍ର ପରିଚୟ ଦେବ: ପରିଡ଼ା
ଆଜି (ମଙ୍ଗଳବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ।  ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା,  ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଡା ଏନ୍. ତିରୁମାଲା ନାଏକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ ମୃଣାଳିନୀ ଦର୍ସୱାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରସ୍ତାବିତ ଯୋଜନାଗୁଡ଼ିକର ରୂପରେଖ ଉପସ୍ଥାପନ କରିଥିଲେ।

ଅର୍ଥ ବିନିଯୋଗରେ ପଡ଼ୋଶୀ ରାଜ୍ୟଙ୍କଠାରୁ ପଛ‌ରେ ଓଡ଼ିଶା: କୁଆଡ଼େ ଗଲା ୪୦୦ ‘ନିର୍ଭୟା ସ୍କୁଟି’?
ବୈଠକରୁ ମିଳିଥିବା ସୂଚନାନୁସାରେ, ନିର୍ଭୟା ଯୋଜନାରେ  ମୋଟ ୧୦ କୋଟି ଟଙ୍କାର ବ୍ୟୟରେ ନଅଟି ପ୍ରମୁଖ ଉଦ୍ୟମ ପ୍ରସ୍ତାବିତ ହୋଇଛି। ଏଥିରେ ମହିଳା ପୁଲିସଙ୍କ ଦ୍ୱାରା ତ୍ୱରିତ ସହାୟତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ, ନିରାପଦ ଯାତାୟାତ, ମହିଳା ଅନୁକୂଳ ସାର୍ବଜନୀନ ସୁବିଧା ଓ ସଚେତନତା କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି।

‘ଶକ୍ତି ସାରଥୀ’ ଅଧୀନରେ ୧୫ଟି ଦୁଇଚକିଆ ଯାନ ମାଧ୍ୟମରେ ମହିଳା ପୋଲିସ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ ଓ ତ୍ୱରିତ ସହାୟତା ପ୍ରଦାନ ପ୍ରସ୍ତାବ ରହିଛି। ‘ପ୍ରତିକ୍ରିୟା’ ଯୋଜନାରେ ୧୫ଟି ଜରୁରୀକାଳୀନ ପ୍ରତିକ୍ରିୟା ଯାନ ଓ ଡ୍ରୋନ୍‌ ବ୍ୟବହାର ମାଧ୍ୟମରେ ମହିଳାଙ୍କୁ ଆବଶ୍ୟକ ସହାୟତା ଓ ଉଦ୍ଧାର ସେବା ଯୋଗାଇବାର ଯୋଜନା ରହିଛି। ‘ଦୃଷ୍ଟି’ ଅଧୀନରେ ୨୧୦ଟି ସ୍ଥାନରେ ୮୦୦ଟି ସିସିଟିଭି କ୍ୟାମେରା ସ୍ଥାପନ କରି ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରସ୍ତାବ ରହିଛି। ସେହିପରି ‘ଏସ୍-ଷ୍ଟପ୍’ ଅଧୀନରେ ୫ଟି ପୋଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯିବାର ଯୋଜନା ରହିଛି।

୧୬୧ ଦିନ ପରେ କୋଲକାତା 'ନିର୍ଭୟା'ଙ୍କୁ ନ୍ୟାୟ: ସଞ୍ଜୟ ରାୟ ଆର.ଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ

ମହିଳାଙ୍କ ପାଇଁ ନିରାପଦ ଓ ସୁଲଭ ଯାତାୟାତ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ସହଯାତ୍ରା’ ଅଧୀନରେ ୪୦ଟି ଗୋଲାପୀ ଇ-ରିକ୍ସା ପରିଚାଳନା ପ୍ରସ୍ତାବିତ ହୋଇଛି। ‘ନିର୍ଭୟା ସଦନ’ ଯୋଜନାରେ ଜିଲ୍ଲା ଅଦାଲତ ପରିସର, ରେଳ ଷ୍ଟେସନ, ବୁର୍ଲା ଚିକିତ୍ସା ଅଞ୍ଚଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାରିଟି ସହାୟତା କେନ୍ଦ୍ର ସ୍ଥାପନ ପ୍ରସ୍ତାବ ରହିଛି। ‘ସାଥୀ’ ଅଧୀନରେ ଛଅଟି ଶୌଚାଳୟ ଓ ନର୍ସିଂ ସୁବିଧା ସ୍ଥାପନ ସହ ‘ଯାତ୍ରା’ ଅଧୀନରେ ୫୦ଟି ଶିକ୍ଷାନୁଷ୍ଠାନର ବସ୍‌ ପାଇଁ ବାସ୍ତବ ସମୟ ଟ୍ରାକିଂ ବ୍ୟବସ୍ଥା ବିକାଶ କରିବାର ପ୍ରସ୍ତାବ ରହିଛି।

ଏହା ସହିତ ‘ସଚେତନା’ ଅଧୀନରେ ମହିଳା ସୁରକ୍ଷା ସମ୍ପର୍କିତ ସଚେତନତା, ଆତ୍ମରକ୍ଷା ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ଶିକ୍ଷା ଓ ଗୋଷ୍ଠୀ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.