Noida Couple: ନୋଏଡାରେ ଦୁଃଖଦ ଘଟଣା: ଘରୁ ମୃତାବସ୍ଥାରେ ଉଦ୍ଧାର ହେଲେ ୫ସଦସ୍ୟ

1 week ago 4
ARTICLE AD BOX

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ଏକ ଗାଁରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ସନ୍ଦେହଜନକ ଭାବେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।

ପୁଲିସ ପ୍ରାଥମିକ ତଦନ୍ତରୁ ଖାଦ୍ୟ ବିଷାକ୍ତ ହେବା କାରଣରୁ ଏମାନଙ୍କ ମୃତ୍ୟୁ ହୋଇଥାଇପାରେବୋଳି କହିଛି। ପୁଲିସ ଘଟଣାର ତଦନ୍ତ କରୁଛି ଓ ଏକ ଫୋରେନସିକ୍ ଦଳ ଘଟଣାସ୍ଥଳକୁ ପଠାଯାଇଛି। ମୃତକ ମହେଶ (୩୭), ତାଙ୍କ ପତ୍ନୀ ଲଳିତା (୩୫), ସେମାନଙ୍କ ପୁଅ ଲଡୁ (୧୧), ସକ୍‌ସତ୍‌ (୩) ଓ ଝିଅ ମିଷ୍ଟି (୭) ବୋଲି ଜଣାପଡ଼ିଛି।

ନିକଟରେ ରହୁଥିବା ମହେଶଙ୍କ ମା’ କହିଛନ୍ତି, ପୁଅର ପରିବାର ଶୋଇବା ପୂର୍ବରୁ ଗତ ରାତିରେ ନୁଡୁଲ୍ସ ଓ ଚା ଖାଇଥିଲେ। ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ବୈଜ୍ଞାନିକ ତଦନ୍ତ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ, ବରିଷ୍ଠ ଅଧିକାରୀ, ଆମ୍ବୁଲାନ୍ସ ଓ ଖାଦ୍ୟ ସୁରକ୍ଷା ବିଭାଗର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ବାଂଲାଦେଶ କକ୍ସ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ମୃତ, ୯ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.