NTPC: ଏନଟିପିସି ପ୍ଲାଣ୍ଟରେ ଦୁର୍ଘଟଣା, ୫ ଶ୍ରମିକ ଗୁରୁତର

5 days ago 3
ARTICLE AD BOX

କଣିହାଁ: କଣିହାଁସ୍ଥିତ ଏନଟିପିସି ପ୍ଲାଣ୍ଟରେ ଗତକାଲି ରାତିରେ ୧ ନମ୍ବର ସିଏଚପି ବଙ୍କର ବ୍ଲାଷ୍ଟ ହେବାରୁ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଗୁରୁତର ଆହତ ଥିବା ଶ୍ରମିକମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟସାଢେ ୧୨ଟା ବେଳେ ଏନଟିପିସି ପ୍ଲାଣ୍ଟର ଷ୍ଟେଜ- ୧ ନମ୍ବର ସିଏଚପି ବଙ୍କର ଫାଟି ଯିବାରୁ  ନିକଟରେ କାମ କରୁଥିବା ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଥିଲେ।

ଆହତ ଶ୍ରମିକମାନଙ୍କୁ ଉଦ୍ଧାର

ଖବର ପାଇ କାମ କରୁଥିବା ଶ୍ରମିକ, ଏନଟିପିସି ସିଆଇଏସଏଫର କର୍ମଚାରୀ ଓ ଏନଟିପିସିର ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ପାଇଁ ଏନଟିପିସି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଶ୍ରମିକ ଏନଟିପିସି ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରତର ଆହତ ଥିବା ଶ୍ରମିକଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଶ୍ରମିକମାନେ ହେଲେ ଏନଟିପିସି ଥାନା ରଙ୍ଗବେଡା ଗାଁର ଖଗେଶ୍ୱର ସାହୁ ( ୩୩), କଣିହାଁ ଥାନା ତେଲିସିଂହା ଗାଁର ସୁଶାନ୍ତ କୁମାର ସାହୁ,(୫୬) କମରେଇ ଗାଁର କିଶୋରି ପ୍ରଧାନ( ୫୧), ଟେଣ୍ଟେଇ ବେରେଣୀ ଗାଁର ଶୁକଦେବ ଭୁତିଆ(୫୨) ଓ ନାଲମ ବଳରାମ ନାଏକ(୨୫) ବୋଲି ଜଣାପଡିଛି। ଦୁର୍ଘଟଣା ଘଟିବା ପରେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Delhi: ପ୍ରକାଶ ପାଶୱାନଙ୍କ ପଲ୍ଲୀରୁ ଦିଲ୍ଲୀ ଯାତ୍ରା, ତାଙ୍କ ନାଁରେ ୧୭ଟି ଅପରାଧିକ ମାମଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.