Nuapada: ଏସ୍ଏଚ୍‌ଜି ଗ୍ରୁପ୍‌କୁ ମିଳିନି କୋଟିଏରୁ ଅଧିକ ଟଙ୍କା: ଜିଲ୍ଲାପାଳ ଅଫିସ ଘେରିଲେ ଏସଏଚଜି ମହିଳା

1 week ago 3
ARTICLE AD BOX

ନୂଆପଡ଼ା: ମହିଳା ସ୍ବୟଂ ସହାୟିକା ଦଳ ସରକାରଙ୍କ ଧାନ କିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ ସ୍ଵାବଲମ୍ବୀ ହେବା ପାଇଁ ଏସ୍ଏଚ୍‌ଜିଙ୍କ ପାଇଁ ଏହା ସହାୟକ ହେବ ବୋଲି ପୂର୍ବ ସରକାର ପରିକଳ୍ପନା କରିଥିଲେ । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଥିବା ଏସ୍ଏଚ୍‌ଜି ଗ୍ରୁପ୍‌ଙ୍କୁ ସେମାନଙ୍କର କମିସନ ଓ ହେମାଲି(ନିୟୋଜିତ ଶ୍ରମିକ) ବାବଦ ଟଙ୍କା ପାଇ ନଥିବା ଅଭିଯୋଗ ହୋଇଛି। ଟଙ୍କା ପାଇଁ ଏସ୍ଏଚ୍‌ଜି ଗ୍ରୁପର ମହିଳାମାନେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଟଙ୍କା ମିଳିପାରିନି। ଆଜି ଜିଲ୍ଲା ଏସଏଚଜି ଗୃପର ମହିଳାମାନେ ଏକତ୍ର ହୋଇ ଏକ ଶୋଭାଯାତ୍ରରେ ଆସି ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି। ଏହି ଘେରାଉରେ ଶତାଧିକ ମହିଳା ସହ ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ, ଜିଲ୍ଲାପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ଉପସ୍ଥିତ ରହିଛନ୍ତି।

ଆହୁରି ପଢନ୍ତୁ: Justice: ୨୩ ବର୍ଷ ପରେ ହାଇକୋର୍ଟରୁ ମିଳିଲା ନ୍ୟାୟ, ଆଇନଜୀବୀ ଓ ଆବେଦନକାରୀଙ୍କ ଅନୁପସ୍ଥିତିରେ ଅପିଲ ଖାରଜକୁ ନେଇ ଅଦାଲତ କ୍ଷୁବ୍ଧ

ସୂଚନା ଅନୁସାରେ, ୨୦୨୪-୨୫ରେ ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍‌ରେ ୧୩ଟି ଏସ୍ଏଚ୍‌ଜି ଗ୍ରୁପ୍‌ଙ୍କୁ ଖରିଫ ଓ ରବି ଧାନ କିଣା ପାଇଁ ଅନୁମତି ଦିଆଯାଇଥିଲା। ସରକାର ନିୟମ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ଏସ୍ଏଚ୍‌ଜିଙ୍କୁ କ୍ୱିଣ୍ଟାଲ ପିଛା ୩୧ ଟଙ୍କା ୨୫ ପଇସା କମିସନ ରହିଥିଲା । ସେହିପରି ହେମାଲି ପାଇଁ କ୍ୱିଣ୍ଟାଲ ପିଛା ୮ ଟଙ୍କା ୬୭ପଇସା ବ୍ୟବସ୍ଥା କରାଯାଇଥିଲା | ଖରିଫରେ ୨ଲକ୍ଷ ୨୭ ହଜାର ୫୩୫ କ୍ୱିଣ୍ଟାଲ ଧାନ ସଂଗ୍ରହ ବାବଦ କମିସନ ୭୧ ଲକ୍ଷ ୧୦ ହଜାର ୪୯୮ ଟଙ୍କା ହୋଇଥିବାବେଳେ ମଣ୍ଡି ଓ ହେମାଲି ବାବଦକୁ ୨୯ ଲକ୍ଷ ୮୯ ହଜାର ୮୨୨ ଟଙ୍କା ; ମୋଟ ୧ କୋଟି ୧ ହଜାର ୩୨୦ ଟଙ୍କା ବକେୟା ରହିଛି।

ଆହୁରି ପଢନ୍ତୁ: Flood: ବଢୁଛି ବୈତରଣୀ ଓ ଖରସ୍ରୋତା ନଦୀ, ୭ ଦିନ ହେବ ବଢୁଛି ବନ୍ୟା ବିପନ୍ନଙ୍କ ଦୁଃଖଦୁର୍ଦ୍ଦଶା

ଏଥିସହିତ ରବିରେ ୨୮ ହଜାର ୨୭୩ କ୍ରିଣ୍ଟାଲ ଧାନ ସଂଗ୍ରହ କରିଥିଲେ। କମିସନ ବାବଦକୁ ୮ ଲକ୍ଷ ୮୩ ହଜାର ୫୩୯ ଟଙ୍କା, ମଣ୍ଡି ଓ ହେମାଲି ବାବଦକୁ ୩ ଲକ୍ଷ ୭୧ ହଜାର ୫୧୧ ଟଙ୍କା ମୋଟ ୧୨ ଲକ୍ଷ ୫୫ ହଜାର ୫୦ ଟଙ୍କା ବାକି ରହିଛି। ଖରିଫ ଓ ରବିରେ ମୋଟ ୧ କୋଟି ୧୩ ଲକ୍ଷ ୫୫ ହଜାର ୩୭୦ ଟଙ୍କା କମିସନ ଓ ହେମାଲି ବାବଦ ବକେୟା ଟଙ୍କା ଆଜି ପର୍ଯ୍ୟନ୍ତ ଜିଲ୍ଲାର ୧୩ଟି ଏସ୍ଏଚ୍‌ଜି ଗ୍ରୁପ୍‌ଙ୍କୁ ସରକାର ଦେଇନଥିବା ଅଭିଯୋଗ ହୋଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.