Obama Criticizes: ସଦ୍ଦାମ ହୁସେନଙ୍କ ଚିଜକେକ୍ କାରଖାନା ଭଳି ଲାଗୁଛି ହ୍ୱାଇଟ୍ ହାଉସ: ଟ୍ରମ୍ପଙ୍କୁ ପରିହାସ କଲେ ବାରାକ ଓବାମା

2 days ago 6
ARTICLE AD BOX

ୱାସିଂଟନ: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ମଧ୍ୟରେ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି। ହ୍ୱାଇଟ୍ ହାଉସରେ ହେଉଥିବା ନବୀକରଣ ଉପରେ କଟାକ୍ଷ କରି ଓବାମା କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସକୁ ଏଭଳି କରିଦେଇଛନ୍ତି ସତେ ଯେପରି ଲାଗୁଛି ପୂର୍ବତନ ଇରାକୀ ରାଷ୍ଟ୍ରପତି ସଦ୍ଦାମ ହୁସେନ ସେଠାରେ ଏକ ଚିଜକେକ୍ କାରଖାନା ଖୋଲିଛନ୍ତି। 

ଓବାମା ଓହାୟୋରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀଙ୍କ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଓବାମା କହିଛନ୍ତି, ବର୍ତ୍ତମାନର ରାଷ୍ଟ୍ରପତି ହୋମ୍ ଇମ୍ପ୍ରୁଭମେଣ୍ଟ ଚ୍ୟାନେଲ୍‌ରେ ରହିବା ଉଚିତ୍।

ଓବାମା ଥିଲେ ରାଷ୍ଟ୍ରପତି
ସେ ଏକ ବଲରୁମ୍ ନିର୍ମାଣ କରୁଛନ୍ତି ଯାହା ହ୍ୱାଇଟ୍ ହାଉସ୍ ଠାରୁ ବଡ଼। ସେ ରୋଜ୍ ଗାର୍ଡେନ୍ ହଟାଇ ଦେଇଛନ୍ତି, ଦକ୍ଷିଣ ଲନ୍ ଉପରେ ଏକ ହେଲିକପ୍ଟର ପ୍ୟାଡ୍ ତିଆରି କରିଛନ୍ତି।ଡେମୋକ୍ରାଟିକ୍ ପାର୍ଟିର ନେତା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ​​ପ୍ରଚାର କରି ଏଭଳି କଟାକ୍ଷ କରିଛନ୍ତି। ଓବାମା ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ।

ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.