Odisha and Andhra police: କୋଟିଆରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ: ସୋଲାର ପ୍ଲେଟ୍‌ ବଣ୍ଟନ ଗାଡ଼ିକୁ ତଡ଼ିଲେ ବିଜେପି ଟିମ୍

2 days ago 5
ARTICLE AD BOX

ପଟାଙ୍ଗି/କୋରାପୁଟ: କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ୁଥିବାରୁ ଆନ୍ଧ୍ରର ଗତିବିଧି ଉପରେ ନଜର ରଖିଛି କୋରାପୁଟଜିଲ୍ଲା ପୁଲିସ ଓ ପ୍ରଶାସନ। କୋଟିଆରେ ଅନୁପ୍ରବେଶ ରୋକିବାକୁ ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ୍‌ ଲଗାଇଛି ପୁଲିସ। ଅନୁପ୍ରବେଶକାରୀଙ୍କ ଟିକିନିଖି ତଥ୍ୟ ପୁଲିସ ରେକର୍ଡ କରୁଛି। ଆଜି ସୋଲାର ପ୍ଲେଟ୍‌ ବଣ୍ଟନ ପାଇଁ ଆସିଥିବା ଆନ୍ଧ୍ର ଟିମ୍‌କୁ କୋଟିଆରୁ ତଡ଼ିଛି ବିଜେପି ଟିମ୍‌। ତେବେ ଅଟକଥିବା ସୋଲାର ପ୍ଲେଟ୍‌ ବୋଝେଇ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିବା ଆନ୍ଧ୍ର ପୁଲିସ ସହ ମୁହାଁମୁହିଁ ହୋଇଛି ଓଡ଼ିଶା ପୁଲିସ।

Umar Khalid: ଜେଏନ୍‌ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା

ସୋଲାର ପ୍ଲେଟ୍‌ ବଣ୍ଟନ ଗାଡ଼ିକୁ ତଡ଼ିଲେ ବିଜେପି ଟିମ୍
ସୀମାନ୍ତ ପ୍ରବେଶ ପଥରେ ଲାଗିଲା ବ୍ୟାରିକେଡ୍‌

ରବିବାର କୋଟିଆର ଉପରସେମ୍ବି ଗ୍ରାମରେ ହିତାଧିକାରୀଙ୍କୁ ମାଗଣା ସୌର ଉପକରଣ ବାଣ୍ଟିବାକୁ ଆସିଥିଲା ଆନ୍ଧ୍ରର ଏକ ଟିମ୍‌। ମତଦାନ ଲାଗି ଆକର୍ଷିତ କରିବାକୁ ଆନ୍ଧ୍ର ଟିମ୍‌ ଉଦ୍ୟମ କରୁଥିବା ବେଳେ ଖବର ପାଇ ଗାଁରେ ପହଞ୍ଚିଥିଲା କୋରାପୁଟ ପ୍ରଶାସନ ଓ ପୁଲିସ। ସୋଲାର ପ୍ଲେଟ୍‌ ବୋଝେଇ ଗାଡ଼ି ସୀମାନ୍ତ ଫାଟୁସିନେରୀରେ ପ୍ରବେଶ କରିବା ପରେ ଓଡ଼ିଶା ପୁଲିସ ଅଟକାଇଥିଲା। ଫଳରେ ଅଟକ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିଲା ଆନ୍ଧ୍ର ପୁଲିସ। ଏହି ସମୟରେ କୋଟିଆରେ ଆନ୍ଧ୍ର ପୁଲିସର ଅନୁପ୍ରବେଶକୁ ବିରୋଧ କରିଥିଲା ବିଜେପି ଟିମ୍। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଫାଟୁସିନେରୀରେ ଆନ୍ଧ୍ର ପୁଲିସର ଉପସ୍ଥିତିକୁ ବିରୋଧ କରିଥିଲେ। ଓଡ଼ିଶାରେ ଆନ୍ଧ୍ରର ସୌର ଉପକରଣ ଗାଡ଼ି ପ୍ରବେଶକୁ କିଏ ଅନୁମତି ଦେଲା ବୋଲି ପଚାରିବା ସହ ତୁରନ୍ତ ଫେରିଯିବାକୁ କହିଥିଲେ ବିଧାୟକ ଶ୍ରୀ ମାଛ। କିଛି ସମୟ ଯୁକ୍ତିତର୍କ ପରେ ଫେରିଯାଇଥିଲା ଆନ୍ଧ୍ର ପୁଲିସ।

Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ

ସୋଲାର ଉପକରଣ ଉପରସେମ୍ବି ଗାଁ ପାଇଁ ଆସିଥିବା ଜାଣିବା ପରେ ବିଜେପି ଟିମ୍ ସେହି ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲା। ଉପରସେମ୍ବି ଗାଁରେ ୩୬ଟି ଘରର ଛାତ ଉପରେ ସୌର ଶକ୍ତି ସଂଯୋଗ ସରିଥିବା ବେଳେ ବଳକା ଘରେ ଏବଂ ତଳସେମ୍ବି ଗାଁରେ ସଂ‌ଯୋଗ ବାକି ରହିଛି।  ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସୌର ଶକ୍ତି ଯୋଜନାରେ ଆନ୍ଧ୍ରର କିଛି ଠିକାଦାର ଏହି ଅଞ୍ଚଳକୁ ଆସି କାମ କରୁଛନ୍ତି। ସେପଟେ ଆନ୍ଧ୍ରର ନିର୍ବାଚନକୁ ଭଣ୍ଡୁର କରିବା ପାଇଁ କୋରାପୁଟ ପ୍ରଶାସନ ସମସ୍ତ ଉଦ୍ୟମ ଜାରି ରଖିଛି। ପ୍ରଶାସନ ଓ ପୁଲିସ ଟିମ୍‌ କୋଟିଆରେ ଡେରା ପକାଇ ଲୋକଙ୍କୁ ଭୋଟ ନ ଦେବା ଲାଗି ସଚେତନ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.