ARTICLE AD BOX
ମହାବାତ୍ୟାର ତାଣ୍ଡବ ୨୭ ବର୍ଷ ପରେ ମଧ୍ୟ ଓଡ଼ିଶାବାସୀଙ୍କ ମନରୁ ଲିଭି ନାହିଁ। ୧୯୯୯ ଅକ୍ଟୋବର ୨୯ ତାରିଖର ସେହି କଳାଦିନକୁ ଯେଉଁମାନେ ଦେଖିଛନ୍ତି, ଏବେ ବି ଥରି ଉଠନ୍ତି। ଏବେ ପୁଣି ସେହି ଅକ୍ଟୋବର ଶେଷ ସପ୍ତାହକୁ ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାବାସୀଙ୍କ ମନରେ ଚିନ୍ତା। ଏହାର କାରଣ ହେଲା ସମ୍ଭାବ୍ୟ ବାତ୍ୟା।
Cyclone: ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ
ଭାରତୀୟ ପାଣିପାଗ ବିଭାଗ ବିଭାଗ ସ୍ପଷ୍ଟ କରିଛି ଯେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ ଅବପାତରେ ପରିଣତ ହେବ। ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବ। ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୬ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ଦୁଇ ଦିନ ଅର୍ଥାତ ୨୭ ଓ ୨୮ ତାରିଖରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ଏହା କହିଛନ୍ତି। ବାତ୍ୟା ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ ବୋଲି ସେ ସୂଚନା ଦେଇଛନ୍ତି।
ତେବେ ବାତ୍ୟା ସଂପର୍କିତ ଖବର ପାଇବା ପାଇଁ Sambad Digital ସହିତ ଜଡ଼ିତ ରୁହନ୍ତୁ। ଆମେ ପ୍ରତ୍ୟେକ ମୁହୂର୍ତ୍ତର ଖବର ପାଠକଙ୍କ ସାମ୍ନାରେ ରଖିବାକୁ ଉଦ୍ୟମ କରୁଛୁ।

3 days ago
4


