Odisha High Court: ଓସିଏ ନିର୍ବାଚନ ପ୍ରସଂଗ: ହାଇକୋର୍ଟରେ ଓମବୁଡସମ୍ୟାନଙ୍କ ମତାମତ ଉପସ୍ଥାପନ

1 hour ago 1
ARTICLE AD BOX

କଟକ: ନିର୍ବାଚନ ସ୍ଥଗିତ ରଖିବା ନିଷ୍ପତ୍ତିଟି ଏକ ମିଳିତ ନିଷ୍ପତ୍ତି ଥିଲା ଓ ଏହା ସାଧାରଣ ପରିଷଦ (ଜେନେରାଲ ବଡି) ଦ୍ବାରା ଅନୁମୋଦିତ ଥିଲା ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ହାଇକୋର୍ଟରେ ଗତକାଲି ଦର୍ଶାଯାଇଥିଲା। ଏଥି ସହିତ ନ୍ୟାସନାଲ ସ୍ପେର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ ପ୍ରସଂଗରେ ଓମବୁଡସମ୍ୟାନ ଦେଇଥିବା ମତାମତର କପି ଓସିଏ ତରଫରୁ ହାଇକୋର୍ଟରେ ଉପସ୍ଥାପନ କରାଯାଇଥିଲା। ଆବେଦନକାରୀ କ୍ଲବର ନିର୍ବାଚନ ୧୦ ବର୍ଷ ହେବ ହୋଇ ନଥିବା ବେଳେ ଓସିଏ ନିର୍ବାଚନ ପ୍ରସଂଗ ନେଇ ଦାୟର ମାମଲା ଗ୍ରହଣୀୟ ନୁହେଁ। ଗତକାଲି ମାମଲାର ଶୁଣାଣି ଅସଂପୂର୍ଣ୍ଣ ରହିଥିବା ବେଳେ ସେପ୍ଟେମ୍ବର ୧ ଦିନ ୩ଟା ବେଳେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ କ୍ଲବ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସାଧାରଣ ପରିଷଦ ଅନୁମୋଦନ

ଏଠାରେ ଉଲ୍ଲେଖ ଯୋଗ୍ୟ ଓସିଏ ସଂପାଦକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ନିର୍ବାଚନ ଓ ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରଖିବା ପ୍ରସଂଗ ୨୦୨୫, ଅଗଷ୍ଟ ୩୧ ଓ ୨୦୨୬, ଫେବ୍ରୁଆରି ୨୨ର ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରହିବା ପ୍ରସଂଗକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲା। ଫେବ୍ରୁଆରି ୨୨ର ସାଧାରଣ ପରିଷଦ ବୈଠକରେ ବହୁମତ ଭୋଟରେ ନିର୍ବାଚନ ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ସ୍ପେର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ର ପ୍ରଭାବ ଅନୁଧ୍ୟାନ କରିବା ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ସାଧାରଣ ପରିଷଦରେ ମତ ପ୍ରକାଶ ପାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁବିର ପାଲିତ, ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶଶାଙ୍କ ଶେଖର ଦାସ, ଅମିତାଭ ମିଶ୍ର ସହାୟତା କରୁଛନ୍ତି।

Budhabalang River: ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା! ବଡ଼ବନ୍ୟା ହେଲେ ଭାସିଯିବ ୧୦୧ ଗାଁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.