Odisha Reliance Foundation: ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ଏଚ୍‌ପିସି; ତୃଣମୂଳରୁ ପ୍ରତିଭା ଚିହ୍ନଟ ପାଇଁ ସୁଦୃଢ଼ ପ୍ରକ୍ରିୟା ରହିଛି: ମାର୍ଟିନ

1 hour ago 1
ARTICLE AD BOX

ଭୁବନେଶ୍ବର: ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ଏଚ୍‌ପିସି ଦୌଡ଼କୁଦ କ୍ଷେତ୍ରରେ ସମଗ୍ର ଦେଶରେ ଏକ ଚର୍ଚ୍ଚିତ ଉତ୍କର୍ଷ କେନ୍ଦ୍ରରେ ପରିଣତ ହୋଇଛି। ନିୟମିତଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ ପ୍ରଦର୍ଶନ କରୁଥିବା ଆଥଲେଟଙ୍କୁ ଗଢିବାରେ ଏହି ଏଚ୍‌ପିସି ସୁନାମ ଅର୍ଜନ କରିଛି। ୨୦୨୫ରେ ଏହାର ଆଥଲେଟମାନେ ୪୫ ଜାତୀୟ ଓ ୨୭ ଅନ୍ତର୍ଜାତୀୟ ପଦକ ଜିତିଥିଲେ। ସଦ୍ୟ ସମାପ୍ତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀରେ ଏହି ଫାଉଣ୍ଡେସନ ପ୍ରଶିକ୍ଷିତ ଆଥଲେଟ୍ ଯେପରିକି ତେଜସ୍ବୀନ ଶଙ୍କର ଓ ଶ୍ରୀଶଙ୍କର ମୂରଲୀ  ସଫଳ ପ୍ରଦର୍ଶନ କରିଥିଲେ। କେବଳ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ନୁହେଁ, ପ୍ରାରମ୍ଭିକ ସଫଳତା ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଆହୁରି ଉଚ୍ଚତର ସଫଳତା ପାଇଁ ଏହି ଏଚ୍‌ପିସି ସମର୍ଥନ କରୁଛି। ଏହାର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓୱେନ୍ସଙ୍କ ସହ ତପନ ମହାରଣାଙ୍କ ଆଲୋଚନା। 

Real identity: କଥାଟିଏ-ଯାଯାବର: ଅସଲ ପରିଚୟ

 ଦୀର୍ଘକାଳୀନ ଆଥଲେଟ୍ ବିକାଶରେ ନିବେଶ କରିବା ପଛରେ ଫାଉଣ୍ଡେସନର ଲକ୍ଷ୍ୟ କଣ ?
ଫାଉଣ୍ଡେସନର ଦୀର୍ଘକାଳୀନ ଲକ୍ଷ୍ୟ ଥିଲା ଯେ ରାଜ୍ୟ ଓ ଦେଶ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିପାରୁଥିବା ବିଶ୍ବସ୍ତରୀୟ ଆଥଲେଟମାନଙ୍କୁ ତିଆରି କରିବା। ଏହି ଲକ୍ଷ୍ୟ ହାସଲ ପାଇଁ ଆମେ କେବଳ ଭିତ୍ତିଭୂମି ନୁହେଁ, ଯୁବାବସ୍ଥାରୁ ଖେଳାଳିଙ୍କ ଉପରେ ବ୍ୟାପକ ନିବେଶ କରୁଛୁ। ଆମେ ଆଥଲେଟଙ୍କୁ ଉଭୟ ପ୍ରଶିକ୍ଷଣ ଓ କ୍ରୀଡ଼ା ବିଜ୍ଞାନ କ୍ଷେତ୍ରରେ ଉଚ୍ଚସ୍ତରୀୟ ସହାୟତା ପ୍ରଦାନ କରିବା ସହ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରୁଛୁ।

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

 କ୍ରୀଡ଼ା ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ କିପରି ଚିହ୍ନଟ କରାଯାଉଛି ? 
ଆମେ ସାରା ଭାରତରୁ ଦୌଡ଼କୁଦ ପ୍ରତିଭାମାନଙ୍କୁ ଚିହ୍ନଟ କରୁଛୁ। ଆମ ପ୍ରଶିକ୍ଷକମାନେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରତିଯୋଗିତାରେ ଯୋଗ ଦେଇ ପ୍ରତିଭାମାନଙ୍କୁ ଚିହ୍ନଟ କରନ୍ତି। ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ପାଇଁ ଆମର ଏକ ସୁଦୃଢ଼ ପ୍ରକ୍ରିୟା ରହିଛି। ଥରେ କୌଣସି ଖେଳାଳିଙ୍କ ମଧ୍ୟରେ ଭଲ ସମ୍ଭାବନା ଦେଖିଲେ, ଆମେ ଦୀର୍ଘମିଆଦୀ ଭିତ୍ତିରେ ତାଙ୍କ ପ୍ରତିଭାର ବିକାଶ ପାଇଁ କାମ କରୁ। 

 ଏହି ଏଚ୍‌ପିସିର ସଫଳତାକୁ କିପରି ଦେଖୁଛନ୍ତି ?
ଆମେ ଓଡ଼ିଶାକୁ ଏକ ଆଥଲେଟିକ ଶକ୍ତିକେନ୍ଦ୍ରରେ ପରିଣତ କରିଛୁ। ଆମ ଏଚ୍‌ପିସିର ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଛନ୍ତି। ଆମର ସଫଳ ଆଥଲେଟଙ୍କ ମଧ୍ୟରେ ଅଛନ୍ତି ଅନିମେଷ କୁଜୁର, ବାପି ହାଁସଦା, ଅଭୟ ସିଂହ, ଜ୍ୟୋତି ୟାରାଜି, ଅମ୍ଳାନ ବର୍ଗୋହାଇଁ। ଅନିମେଷ ବର୍ତ୍ତମାନର ଜାତୀୟ ୧୦୦ ମିଟର ଓ ୨୦୦ ମିଟର ଚାମ୍ପିଅନ ଅଛନ୍ତି। ସେହିପରି ବାପି ୨୦୨୩ରେ ପ୍ରଥମ ଭାରତୀୟ ଭାବେ ଏସୀୟ କନିଷ୍ଠ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ୪୦୦ ମିଟର ବାଧାଦୌଡ଼ରେ ରୌପ୍ୟ ଜିତିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡ଼ିଶାରେ ପୂର୍ବରୁ ରିଲେ ଟିମ ନ ଥିବାବେଳେ ୪ଗୁଣା୧୦୦ ମିଟରରେ ଜାତୀୟ ସ୍ତରରେ ଶ୍ରେଷ୍ଠ ଦଳର ମାନ୍ୟତା ପାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.