Odisha Vigilance: ଓଡ଼ିଶା ଭିଜିଲାନ୍ସର ବିଳମ୍ବିତ ରାତିରେ ଚଢ଼ାଉ: ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ

1 week ago 4
ARTICLE AD BOX

ଭୁବନେଶ୍ୱର: ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ମିଳିଥିବା ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀପ୍ରସନ୍ନଜିତ ଦାସଙ୍କଠାରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତକରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ଓଡ଼ିଶା ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକାଇଥିଲା। ସେ ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ନିଆଯାଇଥିବା ଏକ ବୋଲେରୋ ଗାଡ଼ିରେ ଯାତ୍ରା କରୁଥିଲେ। ତାଙ୍କ ପାଖରୁ ହିସାବ ବାହାରେ ଥିବା ସନ୍ଦେହଜନକ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ମିଳିଥିଲା।
ତାଙ୍କୁ ଅଟକାଇବା ପରେ ଆଜି ସକାଳେ ଏକକାଳୀନ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଫ୍ଲାଟ୍‌ ନମ୍ବର D-401ରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ସ୍ଥିତ ପୈତୃକ ଘରେ ତଲାସୀ କରାଯାଇଥିଲା। ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା।

ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ ଅଟକ

ଏହିପରି ଭାବେ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାର ହିସାବ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ ଦେଇପାରି ନଥିବାରୁ ଭିଜିଲାନ୍ସ ଏହି ଟଙ୍କା ଜବତ କରିଛି। ଟଙ୍କାର ଉତ୍ସ ଜାଣିବା ପାଇଁ ତାଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି।

ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୧୬ ଅକ୍ଟୋବର ୨୦୨୬ରେ କେସ୍‌ ନମ୍ବର ୨୪ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ସଂଶୋଧିତ ଆଇନ, ୨୦୧୮ର ଧାରା ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

Amit Shah: ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ଲାଗି ‘ଏବିଭିପି’କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.