ARTICLE AD BOX
ନୂଆଦିଲ୍ଲୀ: ସେନେଗାଲ୍ର ଡାକାରରେ ଚାଲିଥିବା ଯୁବ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଯୁବ ତାରକା ଧିନିଧୀ ଡେସିିଙ୍ଗୁ। ପ୍ରଥମ ଭାରତୀୟ ସନ୍ତରିକା ଭାବେ ଧିନିଧୀ ୧୦୦ ମିଟର୍ ମହିଳା ଫ୍ରିଷ୍ଟାଇଲ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୧୬ ବର୍ଷୀୟା ଏହି ବେଙ୍ଗାଲୁରୁ ଝିଅ ୫୬.୮୦ ସେକେଣ୍ଡ୍ ସମୟ ନେଇ ତୃତୀୟ ଦ୍ରୁତତମ ଭାବେ ଫାଇନାଲ୍ସରେ ପହଞ୍ଚିଛନ୍ତି।
ଆହୁରି ପଢନ୍ତୁ : Poor Mid-Day Meal Quality ନିମ୍ନମାନର ମଧ୍ୟାହ୍ନ ଭୋଜନ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ଘେରାଉ କଲେ ଗାଁଲୋକ
ପୂର୍ବରୁ ଯୁବ ଅଲିମ୍ପିକ୍ସର ସନ୍ତରଣରେ ଦୁଇ ଜଣ ଭାରତୀୟ ଶ୍ରୀହରି ନଟରାଜ ଏବଂ ତୀର୍ଥାଙ୍କ ପେଗୁ ଫାଇନାଲ୍ରେ ପ୍ରବେଶ କରିବାର ଗୌରବ ରଖିଥିଲେ। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଦଳର ସର୍ବକନିଷ୍ଠା ଭାବେ ଧିନିଧୀ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଜୁଡ଼ୋରେ ୧୫ ବର୍ଷୀୟା ଭାରତୀୟ ଖୁସବୁ ରଜକଭାଇ ଦର୍ଜାଦା ୬୩ କିଲୋଗ୍ରାମ ବର୍ଗରେ ଗୁନିଆର ମାମାଇସାତା କାମାରାଙ୍କୁ ୧-୦ରେ ପରାସ୍ତ କରି କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି।

1 hour ago
2


