Oman: ଓମାନ ବୁଲି ଯାଉଥିବା ଭାରତୀୟଙ୍କ ଗାଡ଼ି ଓଲଟି ପଡ଼ିଲା: ଜଣେ ମହିଳା ମୃତ, ୯ ଆହତ

4 days ago 3
ARTICLE AD BOX

ସଲାଲାହ: ଓମାନର ହାଇମାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପିଲାମାନଙ୍କ ସମେତ ଅନ୍ୟ ୯ ଜଣ ଆହତ ହୋଇଥିବା ଓମାନ ପୁଲିସ ସୂଚନା ଦେଇଛି। ମୃତ ମହିଳାଙ୍କ ନାମ ସୁଲେଖା ଶାହିନ, ସେ କେରଳର କୋଲାମ ଜିଲ୍ଲାର କୁଣ୍ଡାରାର ମୂଳ ବାସିନ୍ଦା। ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ୟୁଏଇରେ ରହୁଥିବା ଦୁଇଟି ମାଲାୟାଲୀ ପରିବାରର ସଦସ୍ୟ ଥିଲେ। ଶନିବାର ସେମାନେ ଏକାଠି ଓମାନ ଯାତ୍ରା କରୁଥିବାବେଳେ ସୁଲତାନ ସୈଦ ବିନ୍ ତୈମୁର ଷ୍ଟ୍ରିଟରେ ଗାଡ଼ିଟି ରାସ୍ତାରୁ ଓଲଟି ପଡ଼ିଥିଲା।

ଆହୁରି ପଢନ୍ତୁ : USA: ଆମେରିକାରେ ଲୁଟ୍‌ ବେଳେ ଭାରତୀୟ ବଂଶୋଦ୍ଭବ ଦୋକାନ ମାଲିକଙ୍କୁ ଗୁଳି: ଝିଅ ସାମ୍ନାରେ ବାପାର ମୃତ୍ୟୁ

ରୟାଲ୍ ଓମାନ ପୁଲିସ ‘ଏକ୍ସ’ ରେ ଏକ ପୋଷ୍ଟରେ କହିଛି ଯେ, ପୁଲିସ ଏୟାର ୱିଙ୍ଗ୍‌ ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଅଲ୍‌ ହେମା ଗଭର୍ଣ୍ଣୋରେଟରୁ ନିଜୱା ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଏକ ଅପରେସନ୍ କରିଥିଲା। ‘ଖଲିଜ ଟାଇମ୍ସ’ ପୂର୍ବରୁ ରିପୋର୍ଟ କରିଥିଲା ​​ଯେ, ଘଡ଼ଘଡ଼ି, ପ୍ରବଳ ବର୍ଷା ଓ ଧୂଳି ଉଡ଼ୁଥିବା ହେତୁ ରାସ୍ତାରେ ଦୃଶ୍ୟମାନତା କମ୍ ରହିବା ନେଇ କର୍ତ୍ତୃପକ୍ଷ ପୂର୍ବରୁ ସତର୍କ କରାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.