ARTICLE AD BOX
"ପ୍ରତିଦିନ କ୍ଷୀର ପିଇଲେ ହାଡ଼ ଶକ୍ତ ହୁଏ" ଆମେ ସମସ୍ତେ ବାଲ୍ୟକାଳରୁ ଏହା ଶୁଣି ଆସିଛେ। କିନ୍ତୁ କେବଳ କ୍ଷୀର କିମ୍ବା ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ହାଡ଼ର ରୋଗ ଓଷ୍ଟିଓପୋରୋସିସ୍ରୁ ସମ୍ପୂର୍ଣ୍ଣ ରକ୍ଷା ମିଳିପାରିବ କି?
ଆହୁରି ପଢ଼ନ୍ତୁ: ସୁନାବେଶରେ ଝଟକିଲେ ମହିମାମୟୀ ମା' ମଝିଘରିଆଣୀ
ଓଷ୍ଟିଓପୋରୋସିସ୍ ହେଉଛି ଏପରି ଏକ ସମସ୍ୟା, ଯେଉଁଥିରେ ହାଡ଼ର ଘନତା କମିଯାଏ ଏବଂ ତାହା ଦୁର୍ବଳ ହୋଇ ସହଜରେ ଭାଙ୍ଗିବାର ଆଶଙ୍କା ବୃଦ୍ଧି ପାଏ। ସାଧାରଣତଃ ମେନୋପଜ୍ (ଋତୁସ୍ରାବ ବନ୍ଦ) ପରବର୍ତ୍ତୀ ମହିଳା, ବୟସ୍କ ପୁରୁଷ ଏବଂ ଶାରୀରିକ ନିଷ୍କ୍ରିୟତା ଥିବା ଲୋକଙ୍କଠାରେ ଏହା ଅଧିକ ଦେଖାଯାଏ।
ଆସନ୍ତୁ ଜାଣିବା, କେବଳ ଦୁଗ୍ଧଜାତ ଦ୍ରବ୍ୟ କାହିଁକି ଯଥେଷ୍ଟ ନୁହେଁ ଏବଂ ଜୀବନର କେଉଁ ପର୍ଯ୍ୟାୟରୁ ହାଡ଼ର ଯତ୍ନ ନେବା ଆବଶ୍ୟକ!
୧. ହାଡ଼ର ମଜବୁତି ଓ ବୟସର ସମ୍ପର୍କ
ଆମ ଶରୀର ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ହାଡ଼ର ଘନତା ଗଠନ କରିଥାଏ।
ଯୁବାବସ୍ଥାରେ ଶାରୀରିକ ସକ୍ରିୟତା: ଯେଉଁମାନେ ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ନିୟମିତ ବ୍ୟାୟାମ୍ ଏବଂ ଶାରୀରିକ ପରିଶ୍ରମ କରନ୍ତି, ସେମାନଙ୍କର ହାଡ଼ର ସାମର୍ଥ୍ୟ ଅଧିକ ରହେ। ବୟସ ବୃଦ୍ଧି ସହିତ ହାଡ଼ର କ୍ଷୟ ହେଲେ ମଧ୍ୟ ଏହି ପୂର୍ବ ସଞ୍ଚିତ ଶକ୍ତି ସେମାନଙ୍କୁ ରକ୍ଷା କରେ।
ଓଜନ ବହନକାରୀ ବ୍ୟାୟାମ୍: ଚାଲିବା, ଦୌଡ଼ିବା, କ୍ରୀଡ଼ା ଏବଂ ଷ୍ଟ୍ରେନ୍ଥ ଟ୍ରେନିଂ କରିବା ଦ୍ୱାରା ହାଡ଼ ନୂତନ କୋଷ ତିଆରି କରିବାକୁ ଉଦ୍ଦୀପିତ ହୋଇଥାଏ।
୨. କ୍ୟାଲସିଅମ୍ ପାଇଁ କେବଳ କ୍ଷୀର ଯଥେଷ୍ଟ ନୁହେଁ
କ୍ଷୀର କ୍ୟାଲସିଅମ୍ର ଏକ ଭଲ ଉତ୍ସ, କିନ୍ତୁ ବୟସ ବଢ଼ିବା ସହିତ ପାଚନ ପ୍ରକ୍ରିୟାରେ ପରିବର୍ତ୍ତନ ହେତୁ ଶରୀର କ୍ଷୀରରୁ କ୍ୟାଲସିଅମ୍ ସମ୍ପୂର୍ଣ୍ଣ ଶୋଷଣ କରିପାରେ ନାହିଁ। ଆହାରରେ ଅନ୍ୟ କ୍ୟାଲ୍ସିୟମ୍ ସମୃଦ୍ଧ ଖାଦ୍ୟ ଯଥା ମାଣ୍ଡିଆ, ଛୋଟ ମାଛ, ବାଦାମ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଭିଟାମିନ୍-ଡି।
୩. ହାଡ଼ କ୍ଷୟର ଅନ୍ୟାନ୍ୟ ପ୍ରମୁଖ କାରଣ
ସିଗାରେଟ୍/ଧୂମପାନ: ନିୟମିତ ଧୂମପାନ କରୁଥିବା ଲୋକଙ୍କର ହାଡ଼ର ମେଟାବୋଲିଜିମ୍ ପ୍ରଭାବିତ ହୁଏ, ଯାହାଦ୍ୱାରା କମ୍ ବୟସରୁ ଓଷ୍ଟିଓପୋରୋସିସ୍ ହେବାର ଭୟ ଥାଏ।
ଦୀର୍ଘସମୟ ଶଯ୍ୟାଶାୟୀ ରହିବା: ଅଧିକ ସମୟ ଶାରୀରିକ ଗତିବିଧି ନକରି ଶୋଇ ରହିଲେ କିମ୍ବା ଗୋଟିଏ ସ୍ଥାନରେ ବସି ରହିଲେ ହାଡ଼ ଓ ମାଂସପେଶୀର ଶକ୍ତି ଦ୍ରୁତ ଗତିରେ କମିଯାଏ।
୪. ହାଡ଼ର ଘନତା ପରୀକ୍ଷା
ଓଷ୍ଟିଓପୋରୋସିସ୍ର କୌଣସି ପ୍ରାରମ୍ଭିକ ଲକ୍ଷଣ ନଥାଏ। ହାଡ଼ ଭାଙ୍ଗିବା ପରେ ହିଁ ଏହା ଜଣାପଡ଼ିଥାଏ।
ଡେକ୍ସା/ ବିଏମ୍ଡି ସ୍କାନ୍: ଏହା ଏକ ବିଶେଷ ପରୀକ୍ଷା ଯାହା ହାଡ଼ର ଘନତା ମାପିଥାଏ।
ଟି-ଷ୍କୋର୍ ୨.୫ କିମ୍ବା ତା’ଠାରୁ କମ୍: ଯଦି ରିପୋର୍ଟରେ ଟି-ଷ୍କୋର୍ ୨.୫ କିମ୍ବା ତା’ଠାରୁ କମ୍ ଆସେ, ତେବେ ଏହା ଓଷ୍ଟିଓପୋରୋସିସ୍ ବୋଲି ଚିହ୍ନଟ ହୁଏ।
ମେନୋପଜ୍ ପରବର୍ତ୍ତୀ ମହିଳା ଏବଂ ବୟସ୍କ ପୁରୁଷମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ପରୀକ୍ଷା କରାଇନେବା ଉଚିତ୍।
୫. ଚିକିତ୍ସା ଓ ପରାମର୍ଶ
ଯଦି ଓଷ୍ଟିଓପୋରୋସିସ୍ ଚିହ୍ନଟ ହୁଏ, ତେବେ କେବଳ ଜୀବନଶୈଳୀ ପରିବର୍ତ୍ତନ ଯଥେଷ୍ଟ ନୁହେଁ। ଡାକ୍ତରଙ୍କ ପରାମର୍ଶ କ୍ରମେ:
ବିସଫୋସଫୋନେଟ୍ସ କିମ୍ବା ହାଡ଼ ତିଆରି କରୁଥିବା ଔଷଧ ସେବନ କରନ୍ତୁ।
କ୍ୟାଲସିଅମ୍ ଏବଂ ଭିଟାମିନ୍ ଡି ସପ୍ଲିମେଣ୍ଟ ନିଅନ୍ତୁ।
ଆହୁରି ପଢ଼ନ୍ତୁ: ହସ୍ପିଟାଲରେ ରୋଗୀଙ୍କୁ ମିଳିବ ଆଶ୍ୱସ୍ତି: ଏଣିକି ସ୍ପଷ୍ଟ ଭାବେ ପ୍ରଦର୍ଶନ ହେବ ଚିକିତ୍ସା ଖର୍ଚ୍ଚ, କେନ୍ଦ୍ରର କଡ଼ା ନିର୍ଦ୍ଦେଶ
ଅଧିକ ଦେଖନ୍ତୁ:

2 weeks ago
5


