People of Mayurbhanj: ମୟୂରଭଞ୍ଜବାସୀଙ୍କୁ ପୂଜା ଭେଟି: ପୁରୀ-ବାଦାମପାହାଡ଼ ଏକ୍ସପ୍ରେସକୁ ମଞ୍ଜୁରି

5 days ago 4
ARTICLE AD BOX

ରାଇରଙ୍ଗପୁର: ମୟୂରଭଞ୍ଜବାସୀଙ୍କୁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଫଳରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ଚଳାଚଳ ସ୍ୱପ୍ନ ସାକାର ହେବାକୁ ଯାଉଛି। ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍‌କୁ ଅନୁମୋଦନ କରିଛି। ରେଳ ବୋର୍ଡ ପକ୍ଷରୁ ୧୯ ଅକ୍ଟୋବର ୨୦୨୬ରେ ଜାରି ଚିଠି ନଂ ସିସି-୨୦୮/୨୦୨୬ ଏବଂ ୨୦୨୬/ସିଏଚ୍‌ଜି/୧୬/ ଡବ୍ଲୁସିଆର୍‌/୪୧- ପିଟିରେ ଏହା ସ୍ପଷ୍ଟ କରାଯାଇଛି। ପୂର୍ବରୁ କେବଳ ରଥଯାତ୍ରାରେ ଏହି ଟ୍ରେନ୍‌ ଚାଲୁଥିଲା। ରାଷ୍ଟ୍ରପତି  ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିଲେ। ପୂର୍ବତଟ ରେଳପଥର ପ୍ରସ୍ତାବ (୧୦.୭.୨୦୨୬)କୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଛି।  

Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍‌ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ

୨୮ରେ ରାଷ୍ଟ୍ରପତି ଉଦ୍‌ଘାଟନ କରିବା ସମ୍ଭାବନା
ପୂର୍ବରୁ କେବଳ ରଥଯାତ୍ରାରେ ଏହି ଟ୍ରେନ୍‌ ଚାଲୁଥିଲା

ଏହି ଟ୍ରେନ୍ ପୁରୀରୁ ରାତି ୧୧.୪୫ରେ ବାହାରି ରାଇରଙ୍ଗପୁରରେ ଅପରାହ୍ଣ ୧୨.୫୩ରେ ଓ ବାଦାମପାହାଡ଼ରେ ଅପରାହ୍ଣ ୧.୪୫ରେ ପହଞ୍ଚିବ। ସେହିପରି ବାଦାମପାହାଡ଼ରୁ ଅପରାହ୍ଣ ୪ଟାରେ ବାହାରି ରାଇରଙ୍ଗପୁର, ଟାଟାନଗର, କେନ୍ଦୁଝର ଦେଇ ପୁରୀରେ ସକାଳ ୬ଟାରେ ପହଞ୍ଚିବ। ଏହି ଟ୍ରେନ୍‌ ଦୈନିକ ଚଳାଚଳ କରିବ। ରାଇରଙ୍ଗପୁର, ବାଦାମପାହାଡ଼, ଅଁଳାଯୋଡ଼ି, ଟାଟାନଗର, ଭୁବନେଶ୍ୱର, କଟକ ସମେତ ୧୯ଟି ଷ୍ଟେସନରେ ରହଣି ବ୍ୟବସ୍ଥା ଅଛି। ୯ କୋଚ୍ ବିଶିଷ୍ଟ ଏଲ୍‌ଏଚ୍‌ବି ରେକ୍ ରହିବ। ରେଳବୋର୍ଡ ସୂଚନା ଅନୁଯାୟୀ, ଶୀଘ୍ର ଏକ ସୁବିଧାଜନକ ତାରିଖରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଆସନ୍ତା ୨୮ ଓ ୨୯ରେ ରାଷ୍ଟ୍ରପତି ତାଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିପାରନ୍ତି ବୋଲି ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ କହିଛନ୍ତି। 
 ଏହି ନୂତନ ରେଳ ଚଳାଚଳ ପାଇଁ ରାଇରଙ୍ଗପୁର, ବାଦାମପାହାଡ଼, ବହଳଦା ଅଞ୍ଚଳର ଜନସାଧାରଣ ଖୁସି ପ୍ରକାଶ କରିଛନ୍ତି। ଏହି ଟ୍ରେନ୍‌ ଚଳାଚଳ ହେଲେ ମୟୂରଭଞ୍ଜ, କେନ୍ଦୁଝର ସମେତ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଲୋକେ ଶ୍ରୀକ୍ଷେତ୍ର ଦର୍ଶନ ସହିତ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବେ ବୋଲି ଆଶା କରାଯାଉଛି।

National Mining Policy: ଜାତୀୟ ଖଣି ନୀତି ୨୦୧୯ର ସମୀକ୍ଷା ହେବ; ଗଠନ ହେବ ୯ ଜଣିଆ କମିଟି

Read Entire Article
LEFT SIDEBAR AD

Hidden in mobile, Best for skyscrapers.