Piyush Goyal: ବର୍ଲିନ୍ କାର୍ଯ୍ୟକ୍ରମରେ ଅଭିଜିତ ଦୀପକେଙ୍କୁ ଘେରିଲେ ପିୟୂଷ ଗୋୟଲ

3 days ago 6
ARTICLE AD BOX

ବର୍ଲିନ୍: ବିଦେଶରୁ ଭାରତୀୟ ପ୍ରତିଭାମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ଏବଂ ସରକାରୀ ପାଣ୍ଠି ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସମୟରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ସିଜେପି ନେତା ଅଭିଜିତ ଦୀପକେଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ଜର୍ମାନୀର ବର୍ଲିନ୍‌ଠାରେ ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଗବେଷକ ଛାତ୍ରମାନଙ୍କ ସହ ଆଲୋଚନା ସମୟରେ ଗୋୟଲ ଚୀନ୍‌ର ସରକାରୀ ପ୍ରୋତ୍ସାହିତ କାର୍ଯ୍ୟକ୍ରମର ଉଦାହରଣ ଦେଇଥିଲେ। ଚୀନ୍‌ ବିଦେଶରୁ ପ୍ରତିଭାବାନ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ଆକର୍ଷିତ କରି ଆଭ୍ୟନ୍ତରୀଣ ଉଦ୍ଭାବନ କ୍ଷମତା ବୃଦ୍ଧି କରିବାରେ ସଫଳ ହୋଇଛି ବୋଲି ସେ କହିଛନ୍ତି।

ଏହି ସନ୍ଦର୍ଭରେ ଗୋୟଲ କହିଛନ୍ତି ଯେ, ବିଶ୍ୱର ଯେକୌଣସି ସ୍ଥାନକୁ ଗଲେ ବହୁ ସଂଖ୍ୟାରେ ଭାରତୀୟ ପ୍ରତିଭା ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କୁ ଭାରତକୁ ଫେରାଇ ଆଣିବା ସମୟରେ ଏହାର ଯେପରି କୌଣସି ଅପବ୍ୟବହାର ନହୁଏ, ସେଥିପାଇଁ ଆମକୁ ସତର୍କ ରହିବାକୁ ହେବ। ଚୀନ୍‌ରେ ଏକଛତ୍ରବାଦୀ ଶାସନ ଯୋଗୁଁ ଅପବ୍ୟବହାର କଲେ ଲୋକମାନେ ନିଖୋଜ ହୋଇଯାଆନ୍ତି, ମାତ୍ର ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନୀତି ପ୍ରଣୟନ ସମୟରେ ଅଭିଜିତ ଦୀପକେ ଭଳି ତତ୍ତ୍ୱ ସାମ୍ନାକୁ ଆସି ସରକାରଙ୍କ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇ ବିଭ୍ରାନ୍ତି ସୃଷ୍ଟି କରିବେ। ତେଣୁ ଗଣତନ୍ତ୍ରକୁ ଦୃଷ୍ଟିରେ ରଖି ଆମକୁ ନିଜର ନୀତି ନିର୍ଦ୍ଧାରଣ କରିବାକୁ ହେଉଛି ବୋଲି ଗୋୟଲ କହିଛନ୍ତି।

ଆହୁରି ପଢନ୍ତୁ: Tamilnadu: ବିମାନ ଇନ୍ଧନ ଉପରୁ ଭାଟ୍‌ କମାଇଲା ତାମିଲନାଡ଼ୁ

ସୂଚନାଯୋଗ୍ୟ ଯେ, ଅଭିଜିତ ଦୀପକେଙ୍କ ସିଜେପି ପକ୍ଷରୁ ଗତ ଜୁଲାଇ ମାସରେ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧରେ ଯନ୍ତର ମନ୍ତରଠାରେ ହୋଇଥିବା ଆନ୍ଦୋଳନ ଯୋଗୁଁ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଏହି ସଂଗଠନ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ହେରଫେର ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ କରୁଛି। କେନ୍ଦ୍ରମନ୍ତ୍ରୀ ଗୋୟଲ ଅକ୍ଟୋବର ୨୨ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ପ୍ରାୟ ୧୦୦ରୁ ଅଧିକ ଭାରତୀୟ ବ୍ୟବସାୟୀ ଓ ଷ୍ଟାର୍ଟଅପ୍ ପ୍ରତିନିଧି ତାଙ୍କ ସହ ସାମିଲ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.