ARTICLE AD BOX
ଏୟାରପୋର୍ଟରୁ ଆର୍ବିଆଇ ଡାଟାସେଣ୍ଟର ନୋଫ୍ଲାଇଂ ଜୋନ୍
ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ସେ ଜଟଣୀ ଇନ୍ଫୋଭ୍ୟାଲିରେ ଆର୍ବିଆଇର ଡାଟା ସେଣ୍ଟର୍ର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ବର-କଟକ କନିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ନିମନ୍ତେ ମୋଟ ୫୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଏସ୍ଟିୟୁ, ଡଗ୍ ସ୍କାଡ୍, ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ ହେବେ।
ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ଲଢ଼ିଥିବାରୁ…
ଗସ୍ତକାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅପରାହ୍ଣ ୪ଟା ୧୫ ସମୟରେ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା ହେଲିକେପ୍ଟର ଯୋଗେ ଉଦ୍ଘାଟନୀସ୍ଥଳକୁ ଯିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ସାଢ଼େ ୪ଟାରୁ ଆରମ୍ଭ ହେବ ଓ ଏକ ଘଣ୍ଟା ଧରି ଚାଲିବ। ସନ୍ଧ୍ୟା ସାଢ଼େ ୫ଟା ସମୟରେ ସଡ଼କ ପଥରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଫେରିବେ। ଏହି ସମୟରେ ରୋଡ୍ ସୋ’ର କାର୍ଯ୍ୟକ୍ରମର ସମ୍ଭାବନା ରହିଛି। ଏଥିପାଇଁ ଆଚାର୍ଯ୍ୟବିହାରରୁ ଏୟାରପୋର୍ଟ ଏବଂ ଜୟଦେବ ବିହାରରୁ ଏୟାରପୋର୍ଟ ଦୁଇଟି ରାସ୍ତାକୁ ନେଇ ଆଲୋଚନା ଚାଲିଛି।ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ କଳାକାରମାନେ ଓଡ଼ିଶାର କଳା ସଂସ୍କୃତିକୁ ନେଇ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିବେ।
Prime Minister Narendra Modi: ୨୦ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ କମିସନର ସୁରେଶ ଦେବ ଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ସରବଣା ବିବେକ୍ ଏମ୍ ଓ ବରିଷ୍ଠ ଅଧିକାରୀ ଘନ ଘନ ବୈଠକ କରି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜି ରାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଡିସିପି ରାଙ୍କର ୧୩ ଜଣ, ଏଡିସିପି ରୢାଙ୍କର ୧୮ ଓଏସ୍ପି ରୢାଙ୍କର ୫୮ ଜଣ ଅଧିକାରୀ ଦାୟିତ୍ବରେ ରହିବେ। ଏହାଛଡ଼ା ଇନ୍ସପେକ୍ଟର ରୢାଙ୍କର ୯୪, ୩୧୨ ଏସଆଇ/ଏଏସ୍ ଆଇ, ୨୫୮ ଜଣ ହାବିଲଦାର, ୯୪ ଜଣ ଏପିଆର୍ କନେଷ୍ଟବଳ ମଧ୍ୟ ନିୟୋଜିତ ହେବେ। ମୋଟ ୫୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଏସ୍ଟିୟୁ, ଡଗ୍ ସ୍କାଡ୍, ବୋମା ନିଷ୍କ୍ରିୟ କାରୀ ଟିମ୍ ମୁତୟନ ହେବେ। ୧୧୧ ଜଣ ମହିଳା କନେଷ୍ଟବଳ ଓ ୯୪ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।
Rairangpur: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରାଥମିକ ଅନୁଧ୍ୟାନ
ଏୟାରପୋର୍ଟରୁ ଆର୍କବିଆଇ ଡାଟା ସେଣ୍ଟର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍ କରାଯିବା ସହ ପୁଲିସ ଛାଉଣି କରାଯିବ। କେଉଁ କେଉଁ ଉଚ୍ଚ ଅଟ୍ଟାଳିକରେ ପୁଲିସ ଜଗି ରହିବ ତା’ର ମଧ୍ୟ ତାଲିକା କରାଯାଇଛି। ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯିବା ସହ ବ୍ଲୁ-ବୁକ୍ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଉଛି। ଏୟାରପୋର୍ଟରୁ ଆର୍ବିଆଇ ଡାଟାସେଣ୍ଟର ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍ପିଜି ଟିମ୍ ସହ କମିସନରେଟ୍ ପୁଲିସ, ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍ଏଫ, ଏନ୍ଏଚ୍ଏଆଇ, ଆର୍ ଆଣ୍ଡ ବି, ବିଏମ୍ସିର ଅଧିକାରୀ, ଟ୍ରାଫିକ୍ ଵିଙ୍ଗ୍, ସିକ୍ୟୁରିଟି ଵିଙ୍ଗ୍, ଇଣ୍ଟେଲିଜେନ୍ସ ଵିଙ୍ଗ୍ ଓ କାରକେଡ୍ ସହ ରହିବାକୁ ଥିବା ବାଟାଲିୟନ୍ର ଅଫିସର ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି।

5 days ago
5


