PM Narendra Modi: ମେଟ୍ରୋର ପିଙ୍କ୍ ଲାଇନର ଉଦଘାଟନ କଲେ ମୋଦୀ

2 hours ago 3
ARTICLE AD BOX

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଟାଭାରେକେରେରୁ ଆଇଆଇଏମ୍ ବାଙ୍ଗାଲୋର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ନୂତନ ଭାବରେ ଖୋଲାଯାଇଥିବା ୭.୫ କିଲୋମିଟର ରାସ୍ତାରେ ଯାତ୍ରା କରିଥିଲେ।

ଟ୍ରେନ୍‌ରେ ଚଢ଼ିବା ପୂର୍ବରୁ ଟିକେଟ କିଣିଥିଲେ ମୋଦୀ

ଟ୍ରେନ୍‌ରେ ଚଢ଼ିବା ପୂର୍ବରୁ ମୋଦୀ ୟୁପିଆଇ ବ୍ୟବହାର କରି କାଉଣ୍ଟରରୁ ଏକ ମେଟ୍ରୋ ଟିକେଟ କିଣି ଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଶିବକୁମାର, କର୍ଣ୍ଣାଟକ ରାଜ୍ୟପାଳ ସୁଧା ଯାଦବ, ବେଙ୍ଗାଲୁରୁ ଦକ୍ଷିଣ ସାଂସଦ ତେଜସ୍ବୀ ସୂର୍ଯ୍ୟ ଓ ମନ୍ତ୍ରୀ କେବି ଗୌଡ଼ା ପମୁଖ ଟ୍ରେନ୍‌ରେ ଯାତ୍ରା କରିଥିଲେ। କଲେନା ଅଗ୍ରାହାରାକୁ ଟାଭାରେକେରେ ସହିତ ସଂଯୋଗ କରୁଥିବା ପିଙ୍କ୍ ଲାଇନକୁ ପ୍ରାୟ ୩୪୭୦ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି। ଏହାର ଉଦଘାଟନ ବେଙ୍ଗାଲୁରୁର ମେଟ୍ରୋ ନେଟୱାର୍କରେ ଏକ ପ୍ରମୁଖ ସଂଯୋଗ। କର୍ଣ୍ଣାଟକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୧୫,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଭିତ୍ତିଭୂମି ଓ ବିକାଶ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ।

୧୬ରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

Read Entire Article
LEFT SIDEBAR AD

Hidden in mobile, Best for skyscrapers.