ARTICLE AD BOX
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ରାଇରଙ୍ଗପୁରସ୍ଥ ପାଢିଆ ଧର୍ମଶାଳା ସମ୍ମିଳନୀ କକ୍ଷରେ ଏକ ମନୋଜ୍ଞ ମଞ୍ଜୁଳ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟଘରର ସଭାପତି ତଥା ସାରସ୍ବତ ସାଧକ ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କବିତା ଆସରରେ ନୁଦୁରାମ୍ ସୋରେନ୍ ମେମୋରିଆଲ୍ ଟ୍ରଷ୍ଟର ସଭାପତି ତଥା ଫାଉଣ୍ଡର ମନୋରଞ୍ଜନ ହାଁସଦାଃ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।
ସମ୍ପାଦକ ଡ.ଦିଗମ୍ବର ଗିରି ଆଜିର ସାହିତ୍ୟ ଆସରର ଆଭିମୁଖ୍ୟ ସମ୍ପର୍କରେ ଧାରଣା ଦେବା ସହିତ ମାସିକ ବିବରଣୀ ପାଠ କରିଥିଲେ। ସହ ସମ୍ପାଦକ ଅଧ୍ୟାପକ ବିଜୟ ରାମ ଆଜିର ସମାଜରେ ହଜି ଯାଉଥିବା ସମ୍ପର୍କକୁ କିପରି ସାହିତ୍ୟ ମାଧ୍ୟମରେ ପୁନରୁଦ୍ଧାର କରାଯାଇ ପାରିବ ସେ ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରିଥିଲେ। ସଂଯୋଜକ ତଥା ସମ୍ବାଦ ଜିଲ୍ଲା ପ୍ରତିନିଧୀ ତୁଷାର କାନ୍ତ ମହାନ୍ତ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ସମସ୍ତଙ୍କୁ ଓଡିଆ ଭାଷା ସାହିତ୍ୟ ପ୍ରତି ସମର୍ପିତ ହେବାକୁ ଅନୁରୋଧ ରଖିଥିଲେ।
Plantation: ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଡ.ଦିଗମ୍ବର ଗିରିଙ୍କ ମନମୁଗ୍ଧକର ସଂଯୋଜନାରେ କବି ତିମିର ରଞ୍ଜନ ପଣ୍ଡା, ଡ. ଦିଗମ୍ବର ଗିରି, ନରସିଂହ ଗିରି, ବିଜୟ କୁମାର ରାମ, ଦେବବ୍ରତ ରଥ ମହାପାତ୍ର, ତୁଷାର କାନ୍ତ ମହାନ୍ତ, ବିନୋଦ ଶର୍ମା, ଲୋକନାଥ ମହଲା, ସୀତାରାମ୍ କୁମ୍ଭାବତ୍ ,ଲଛମନ୍ ପାଢିଆ,ସ୍କୃତି ରେଖା ଗିରି, ଇଂ.ସାର୍ଥକ୍ ପଣ୍ଡା ,ମାନସ କୁମାର ପରିଡା, ଭାଲ୍ ଚ଼ନ୍ଦ୍ର ଶର୍ମା ପ୍ରମୁଖ କବି କବିତା ପାଠ କରି ସମସ୍ତଙ୍କ ମନକୁ ମୋହି ନେଇଥିଲେ। ଶେଷରେ ସହ ସମ୍ପାଦକ ଅଧାପକ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ।

1 hour ago
3


