Police Raid Gambling Den ପାରଳାଖେମୁଣ୍ଡିରେ ଚଢ଼ାଉ: କଲ୍ୟାଣମଣ୍ଡପରେ ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା

2 weeks ago 6
ARTICLE AD BOX

 ୭୦ରୁ ଊର୍ଦ୍ଧ୍ୱ ଅଟକ, ୧୨ ଲକ୍ଷ ଟଙ୍କା ସହ ୯ କାର ଓ ୬୦ ମୋବାଇଲ ଜବତ

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତିଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ଦେବିତି ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉକରିଛି।

gambling at PKD

ଏଥିରେ ୭୦ଜଣ ଜୁଆଡ଼ିଙ୍କୁ ଅଟକ ରଖାଯାଇଥିବା ‌ବେଳେ ୧୨ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। 

gambling-den ଜୁଆ ଆଡ୍ଡାରେ ଚଢ଼ାଉ: ୧୫ଗିରଫ, ୧.୬୬ଲକ୍ଷ, ୫ କାର୍‌ ଓ ବାଇକ୍‌ ଜବତ
 ଗୁଇନ୍ଦା ସୂଚନା ଆଧାରରେ ଆଜି ପୁଲିସ ଉକ୍ତ କଲ୍ୟାଣମଣ୍ଡପରେ ଚଢ଼ାଉ କରିଥିଲା। ସେଥିରେ ଥିବା ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ନିକଟରୁ ଜୁଆରେ ଲାଗିଥିବା ୧୨ ଲକ୍ଷ ଟଙ୍କା, ୯ଟି କାର୍‌ ଓ ୬୦ଟି ମୋବାଇଲ ଫୋନ୍‌ ଜବତ ହୋଇଛି। 

Gambling: ଅନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ଜଣ ଗିରଫ
ଖବର ଲେଖାଯିବା ବେଳକୁ ଏକାଧିକ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି।  କଲ୍ୟାଣ ମଣ୍ଡପରେ କେଉଁ ପରିସ୍ଥିତିରେ ଓ କେତେଦିନ ଧରି ଜୁଆ ଆଡ୍ଡା ଚାଲିଥିଲା।  ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଜବତ ଟଙ୍କା ଓ ସାମଗ୍ରୀର ଉତ୍ସ କ’ଣ, ସେ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି। ପୁଲିସର ଆନୁଷ୍ଠାନିକ ବିବୃତି ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.