Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_tlj3s1770pq37v7jtkadc1ilqt, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Police raid: ପୁଲିସ ହାତରେ ଅନ୍ତଃ ଜିଲ୍ଲା ଅପରାଧ ଗୋଷ୍ଠୀ; ୫ ଗିରଫ - CGPT.IN

Police raid: ପୁଲିସ ହାତରେ ଅନ୍ତଃ ଜିଲ୍ଲା ଅପରାଧ ଗୋଷ୍ଠୀ; ୫ ଗିରଫ

1 hour ago 3
ARTICLE AD BOX

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ପୁଲିସ ଏକ ଅନ୍ତଃ-ଜିଲ୍ଲା ଅପରାଧ ଗୋଷ୍ଠୀକୁ ଧରିବାରେ ସଫଳ ହୋଇଛି। ଏହି ଗୋଷ୍ଠୀ ସମ୍ବଲପୁର ଓ  ସୁନ୍ଦରଗଡ଼ ଜିଲ୍ଲାରେ ବାଇକ୍ ଚୋରି ଏବଂ ବିଦ୍ୟାଳୟ ତଥା ଅଙ୍ଗନବାଡ଼ି କେନ୍ଦ୍ରରେ ଚୋରି ଘଟଣାରେ ସମ୍ପୃକ୍ତ ଥିଲା। 

ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ, ସୁନ୍ଦରଗଡ଼ ସଦର  ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର ଓ  ଲେଫ୍ରିପଡ଼ା ଥାନା ଅଧିକାରୀ  ସୁସ୍ମିତା ଦେବତାଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ପୁଲିସ ଦଳ  ଚଢ଼ଉ କରି ଗୋଷ୍ଠୀକୁ ଧରିଥିଲା। ଅଭିଯୁକ୍ତମାନେ ହେଲେ  ଲେଫ୍ରିପଡ଼ା ଥାନା କାଡୋମାଲ ବାନପଡ଼ାର ରାଜେନ୍ଦ୍ର ରୋହିଦାସ (୪୭),  କର୍ଲାଢିପାର ହେମନ୍ତ ମୁଣ୍ଡା (୨୨), ଭାଲୁପଡ଼ାର ଅନିଲ ରୋହିଦାସ (୧୮), ହେମଗିର ଥାନା ଗର୍ଜନବାହାଲର ରାଜୁ ବିଶ୍ୱକର୍ମା (୪୯), କିଞ୍ଜିରକେଲା ଥାନା ସିକାଯୋରର ପରୀକ୍ଷିତ ମଣ୍ଡଳ (୪୦) ଓ ଜଣେ ନାବାଳକ।

ମୋ’ ମନ୍ତ୍ରୀଙ୍କୁ ଫଶାଇବାକୁ ଷଡ଼୍‌ଯନ୍ତ୍ର ହେଉଛି: ଅଭିଯୁକ୍ତ କାଶ ପାଶଓ୍ବାନ

ସେମାନଙ୍କଠାରୁ ୬ଟି ଚୋରା ମୋଟରସାଇକେଲ୍, ୧୦ଟି ଏଲପିଜି ଗ୍ୟାସ୍ ସିଲିଣ୍ଡର, ୫୦୦ କିଲୋଗ୍ରାମ ଚାଉଳ, ରୋଷେଇ ସାମଗ୍ରୀ, ଇନଭର୍ଟର ବ୍ୟାଟେରୀ ଓ କମ୍ପ୍ୟୁଟର ଯନ୍ତ୍ରାଂଶ ଆଦି ଜବତ କରିଛି। ଅନ୍ୟାନ୍ୟ  ସମ୍ପତ୍ତି ଚୋରିଜନିତ ଅପରାଧରେ ଏହି ଗୋଷ୍ଠୀର ସମ୍ପୃକ୍ତି ଯାଞ୍ଚ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କର ପୂର୍ବ ଅପରାଧ ର ମଧ୍ୟ ଯାଞ୍ଚ କରାଯାଉଛି। ନାବାଳକଙ୍କୁ ବାଳ ସୁଧାର ଗୃହ ଓ ସମସ୍ତ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରାଯାଇଥିଲା ଓ  ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.