Postal worker : ଅଜଣା ଗାଡ଼ି ଧକ୍କାରେ ଡାକ କର୍ମଚାରୀ ମୃତ, ଜଣେ ଗୁରୁତର

1 week ago 3
ARTICLE AD BOX

ସୋର: ଅଜଣା ଗାଡ଼ି ଧକ୍କାରେ ଜଣେ ଡାକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ବାରିପଦା ଅଂଚଳର ହରିଶ ଚନ୍ଦ୍ର ହେମ୍ଭ୍ରମ କୋଷ୍ଟା ପୋଷ୍ଟ ଅଫିସର କର୍ମଚାରୀ ଥିବା ବେଳେ ଗତକାଲି ରାତିରେ ବାରିପଦାରୁ ଭୁବନେଶ୍ୱର ତାଙ୍କର ଜଣେ ସହଯୋଗୀଙ୍କ ସହ ଯାଉଥିଲେ। ଏହି ସମୟରେ ସୋର ଥାନା ୧୬ ନଂ ଜାତୀୟ ରାଜପଥ ଅଲୀପୁର ନିକଟରେ ଏହା ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା।

ଆହୁରି ପଢନ୍ତୁ :Tarun Tejpal: ୧୦ ବର୍ଷ ଜେଲଦଣ୍ଡ ବିରୋଧରେ ସୁପ୍ରିମ୍ କୋର୍ଟଙ୍କ ଦ୍ଵାରସ୍ଥ ହେଲେ ତରୁଣ ତେଜପାଲ

 ଫଳରେ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିବାବେଳେ ତାଙ୍କ ସହଯୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସୋର ପୁଲିସ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.