Pregnant Woman: ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

5 days ago 3
ARTICLE AD BOX

ତେନ୍ତୁଳିଖୁଣ୍ଟି: ସ୍ୱାଧୀନତା ର ୮୦ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିଲାନି। ଫଳରେ ପାହାଡିଆ କାଦୁଅ ରାସ୍ତାରେ  ୩ କିଲୋମିଟର ଦୂର ଖଟିଆରେ ବୁହା ହେଲେ ଗର୍ଭବତୀ। ଏହାପରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇଥିଲା। ହେଲେ ଗର୍ଭବତୀ ତେନ୍ତୁଳିଖୁଣ୍ଟି ହସ୍ପିଟାଲ କୁ ଅଣାଯାଉଥିବା ବେଳେ ଅଧା ବାଟରେ ଆମ୍ବୁଲାନ୍ସ ଭିତରେ ଛୁଆ ଜନ୍ମ ହୋଇଛି। ଏଭଳି ଦୃଶ୍ୟ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ବରଡାଯୋଡି ଗ୍ରାମରେ ଦେଖିବାକୁ ମିଳିଛି।

ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଛୁଆ

ନବରଙ୍ଗପୁରଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ବରାଡାଯୋଡି ଗ୍ରାମର ପୂରନ ଯାନୀଙ୍କ ପତ୍ନୀ ମଇନା ଯାନୀଙ୍କ ଆଜି ଭୋର ସକାଳୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲେ। ଏହାପରେ ପରିବାର ଲୋକ ଆଶା କର୍ମୀ ରାଧିକା ନାୟକଙ୍କୁ ଖବର ଦେଇଥିଲେ। ଖବର ପାଇ ଆଶା କର୍ମୀ ବରଡାଯୋଡି ଗ୍ରାମସ୍ଥିତ ଗର୍ଭବତୀଙ୍କ ଘରକୁ ଯାଇ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ବରଡାଯୋଡି ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଡ଼ାଇକ ୧ ଗାଁ ପର୍ଯ୍ୟନ୍ତ ପହଂଚି ଅଟକି ଯାଇଥିଲା। ଗର୍ଭବତୀଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ସହଯୋଗରେ ଗର୍ଭବତୀଙ୍କୁ ଖଟିଆରେ ବୋହି ଡ଼ାଇକ ୧ ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ସେବା ମିଳିଥିଲା।ତେବେ ତେନ୍ତୁଳିଖୁଣ୍ଟି ହସ୍ପିଟାଲକୁ ଅଣାଯାଉଥିବା ବେଳେ ଅଧା ବାଟ ଚିଙ୍ଗଡିସୋର ଗ୍ରାମ ନିକଟରେ ଗର୍ଭବତୀ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଖବର ମିଳିଛି। ଉଭୟ ପୁତ୍ର ସନ୍ତାନ ଓ ଗର୍ଭବତୀଙ୍କୁ ତେନ୍ତୁଳିଖୁଣ୍ଟି ହସ୍ପିଟାଲକୁ ଆଣିବା ପରେ ଆବଶ୍ୟକ ଚିକିତ୍ସା ପରେ ଉଭୟ ମା ଓ ପୁତ୍ର ସନ୍ତାନ ସୁସ୍ଥ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। 

ପ୍ରକାଶ ଥାଉକି ଡ଼ାଇକ ୧ ରୁ ୩ କିଲୋମିଟର ଦୂର ବରାଡାଯୋଡି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇନି। ଏମିତିକି ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମ ଠାରୁ ବରାଡାଯୋଡି ଗ୍ରାମ ପର୍ଯ୍ୟନ୍ତ ମଧ୍ୟ ପକ୍କା ରାସ୍ତା ନିର୍ମାଣ ହୋଇନି। ଫଳରେ ବରଡ଼ାଯୋଡି ଗ୍ରାମବାସୀ ବର୍ଷ ବର୍ଷ ଧରି ରୋଗୀ ତଥା ଗର୍ଭବତୀଙ୍କୁ ଖଟିଆରେ ବୋହି ସିନ୍ଧିଗୁଡା ଗାଁ କିମ୍ବା ଡ଼ାଇକ ୧ ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇପାରୁଛି । ସ୍ୱାଧୀନତା ୮୦ ବର୍ଷ ପରେ ମଧ୍ୟ ଆଜି ରୋଗୀ ଓ ଗର୍ଭବତୀ ଖଟିଆରେ ବୁହା ହେବା ଘଟଣା ସଭ୍ୟ ସମାଜ ପାଇଁ ଦୁଃଖର ବିଷୟ ହୋଇଛି ।

Mahanadi River: ମହାନଦୀରେ ଜୀବନ ହାରିବାକୁ ଯାଇ ବଞ୍ଚିଗଲେ ଦୁଇ ନାବାଳିକା ସହପାଠୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.